More Sports

ଜାତୀୟ କୁମ୍ଫୁରେ ଓଡିଶାକୁ ୫ ସ୍ୱର୍ଣ୍ଣ

(ଶିଳାସ୍ମିତା ରାୟ): ଦ୍ୱାଦଶ ଜାତୀୟ କୁମ୍ଫୁରେ ଓଡ଼ିଶାକୁ ୫ ସ୍ୱର୍ଣ୍ଣ, ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୩ ପଦକ ମିଳିଛି। ହାଇଦ୍ରାବାଦର ଗୋଚିବାଓଲି ଇନ୍ଡୋର ଷ୍ଟାଡିୟମରେ ଚଳିତ ମାସ ୬ରୁ ୮ ତାରିଖ ପର୍ୟ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୩ ଜଣ ଭାଗ ନେଇଥିଲେ। କନିଷ୍ଠ ବର୍ଗରେ ଅବିନାଶ ପ୍ରମାଣିକ ଯୁଗଳ ସ୍ବର୍ଣ୍ଣ ଜିତିଥିଲା ବେଳେ ଅନୁରାଗ ଦାସ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ, ରାଜକିଶୋର ଦାସ ୧ ରୌପ୍ୟ ଏବଂ ଦିବ୍ୟାଂଶ ଦାସ ୧ କାଂସ୍ୟ ପାଇଥିଲେ। ଉପକନିଷ୍ଠ ବାଳିକାରେ ମୌଲାଲି ଚାଟାର୍ଜୀ ସ୍ବର୍ଣ୍ଣ, ସ୍ବୟାଂଶୀ ମହାପାତ୍ର କାଂସ୍ୟ ଏବଂ ବାଳକରେ ସଂଶ୍ଲେସ ଏସ୍ ସାହୁ ସ୍ବର୍ଣ୍ଣ, ଶିବରଂଜନ ପଟ୍ଟନାୟକ କାଂସ୍ୟ ପଦକ କରାୟତ କରିଥିଲେ। ବରିଷ୍ଠ ବର୍ଗରେ ନୀତିଶ କୁମାର ମହାନ୍ତି ରୌପ୍ୟ ଏବଂ ସୁଜନ କୁମାର ରୌପ୍ୟ ଓ କାଂସ୍ୟ ପାଇଥିଲେ। ପ୍ରଶିକ୍ଷକ ନବକିଶୋର ରାଉତଙ୍କ ତତ୍ବାବଧାନରେ ଓଡ଼ିଶା ଦଳ ହାଇଦ୍ରାବାଦ ଗସ୍ତ କରିଥିଲା।

Related posts

ପାରା ଅଲିମ୍ପିକକୁ ନିଆରା ଶୁଭେଚ୍ଛା

Odisha Sports Bureau

ମୁଁ ଦ୍ୱିତୀୟ ସଚିନ୍ ତେନ୍ଦୁଲକର ହୋଇଥାନ୍ତି: ଟ୍ରିପଲ୍ ଏଚ୍

Odisha Sports Bureau

ମାର୍ଚ୍ଚରେ ଚୟନ ହେବ ତୀରନ୍ଦାଜର ଅଲିମ୍ପିକ୍ ଦଳ

Odisha Sports Bureau