Badminton

ସାଇନା ସେମି ଫାଇନାଲରେ: ସିନ୍ଧୁ, ଶ୍ରୀକାନ୍ତ ଆଉଟ

ଭୁବନେଶ୍ୱର: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ସାଇନା ନେହ୍ବାଲ ପ୍ରବେଶ କରିଥିବାବେଳେ, ପି.ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ସେମାନଙ୍କ କ୍ୱାର୍ଟର ଫାଇନାଲ ମ୍ୟାଚ ହାରିଯାଇଛନ୍ତି। ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସରେ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ସାଇନା ୨୧-୭, ୨୧-୧୮ରେ ଥାଇଲାଣ୍ଡର ପର୍ନପାଓ୍ବି ଚୋଚୁଓଙ୍ଗ୍ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ବର୍ତ୍ତମାନ ୬ଷ୍ଠ ସିଡ୍ ତଥା ଚାଇନାର ହି ବିଙ୍ଗ୍ଜିଆଓଙ୍କୁ ଭେଟିବେ। ଏହି ଖେଳାଳିଙ୍କୁ ସେ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଭେଟିବେ। ୩ ଥର ଅଲିମ୍ପିକ ଚାମ୍ପିୟନ କାରୋଲିନ୍ ମାରିନ୍ଙ୍କ ଉଚିତ ମୁକାବିଲା କରି ନ ପାରି ସିନ୍ଧୁ ୧୧-୨୧, ୧୨-୨୧ରେ ପରାଜିତ ହୋଇଯାଇଥିଲେ। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ୧୮-୨୧, ୧୯-୨୧ରେ ସ୍ଥାନୀୟ ହିରୋ ତଥା ଏସିଆନ ଗେମ୍ସ ଚାମ୍ପିୟନ ଜୋନାତନ କ୍ରିଷ୍ଟିଙ୍କଠାରୁ ହାରିଯାଇଥିଲେ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau

ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ରେ ସାଇନା,ସିନ୍ଧୁ

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau