Hockey

ଓଡିଶା ହକିଦଳ ଘୋଷିତ

(ଓଡିଶା ସ୍ପୋର୍ଟ): ସୋମବାର ହକି ଓଡ଼ିଶା ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍(ଡିଭିଜନ-ଏ) ଅନୁଷ୍ଠିତ ହେବ। ଆସନ୍ତା ୩୧ରୁ ଫେବୃୟାରୀ ୧୦ ତାରିଖ ପର୍ୟ୍ୟନ୍ତ ଖେଳ ଚାଲିବ । ଭୁବନେଶ୍ୱର ସ୍ପୋଟର୍ସ ହଷ୍ଟେଲ ଦଳ ଚୟନ ଶିବିର ଗତ ୧୫ ତାରିଖରୁ ଜାରି ରହିଥିଲା । ମଙ୍ଗଳବାର ଦଳ ଗ୍ବାଲିୟର ଅଭିମୁଖେ ଯାତ୍ରା କରିବ । ସେହିପରି ଆସନ୍ତା ୩୧ରୁ ଫେବୃୟାରୀ ୧୦ ତାରିଖ ପର୍ୟ୍ୟନ୍ତ କେରଳର କୋଲାମଠାରେ ହେବାକୁ ଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ(ଡିଭିଜନ-ଏ) ନିମନ୍ତେ ମଧ୍ୟ ରାଜ୍ୟ ଦଳ ଘୋଷିତ ହୋଇଛି । ସୁନ୍ଦରଗଡ଼ ସ୍ପୋଟର୍ସ ହଷ୍ଟେଲରେ ଏହି ପ୍ରତିଯୋଗିତା ନିମନ୍ତେ ରାଜ୍ୟ ଦଳ ଚୟନ ଶିବିର ଚାଲିଥିଲା ।

ସିନିୟର ପୁରୁଷ ଦଳ: ଦୀପକ ଜନ କେରକେଟା (ଅଧିନାୟକ), ରେୟାଦାନୀ ଟୁଡ଼ୁ (ଗୋଲକିପର), ପଙ୍କଜ କୁମାର ରଜକ(ଗୋଲକିପର), ଦୀପସେନ ତିର୍କୀ, ସୁଧୀର ଏକ୍କା, କ୍ରୀଷ୍ଣା ତିର୍କୀ, ସୁମନ ଏସ କିଣ୍ଡୋ, ଜି ଖେସ୍, ଚନ୍ଦ୍ରକାନ୍ତ ବାରିକ, ନିଲମ ସଞ୍ଜୀପ ଖେସ, ଅଶ୍ୱିନୀ କୁଜୁର, ପ୍ରସାଦ କୁଜୁର, ରାକେଶ ଟେଟେ, ଶିଳାନନ୍ଦ ଲାକ୍ରା, ସୁମନ ବେକ, ଆଶିଷ କୁମାର ଟପ୍ନୋ, ସୂରଜ ମିଞ୍ଜ, ପ୍ରସନ୍ନ ତିର୍କୀ । କୋଚ୍-କାଳୁଚରଣ ଚୌଧୁରୀ, ମ୍ୟାନେଜର-ସୀମାଚଳ ସ୍ବାଇଁ ।

ଜୁନିୟର ମହିଳା ଦଳ: ନିମାବତି ସିଂ(ଅଧିନାୟିକା), କୁମୁଦିନୀ ଲାକ୍ରା (ଗୋଲକିପର), ସୁନେଲୀ ଓରାମ (ଗୋଲକିପର), ମନୀଷା ମିଞ୍ଜ, ମମତା କିଣ୍ଡୋ, ସରସ୍ବତୀ ଓରାମ, ସଙ୍ଗୀତା ତିର୍କୀ, ଅବିନାଶା ମୁକ୍ତି ସୂରିନ,  ଅବିମଳ ବରୱା, ସରିତା କେରକେଟା, ଆଞ୍ଜିଲିନା ଖାଲକୋ, ନେହା ଲାକ୍ରା,  ନିତୁ ଲାକ୍ରା, ରଶ୍ମି କିଶନ, ଆରତି ବିଲୁଙ୍ଗ, ମେରି କାନ୍ଦୁଲାନା, ଜେଲିନ ସୋରେଙ୍ଗ, ଦୀପି ମୋନିକା ଟପ୍ପୋ । ମ୍ୟାନେଜର- ଏ.ଏନ ବିହାରୀ ।

Related posts

ଏଫଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାକିସ୍ତାନରେ ଖେଳାଯିବ

ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ

Odisha Sports Bureau

ଓଡିଆ ଖେଳାଳୀଙ୍କୁ ଭେଟିଲେ ୫ଟି ସଚିବ

Odisha Sports Bureau