More Sports

ପିଏସଏଲର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ

(ଓଡିଶା ସ୍ପୋର୍ଟ): ପିଏସଏଲ ଫେବୃଆରୀ ୧୪ରୁ ଆରମ୍ଭ ହୋଇଥିଲା କିନ୍ତୁ ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର ଲିଗ୍(ପିଏସଏଲ୍)ର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛିା ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମଲାରେ ପାକିସ୍ତାନ ହାତ ଥିବା ସ୍ପଷ୍ଟ ହେବା ପରେ ଇସଲାମାବାଦକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ।

ବର୍ତ୍ତମାନ ଏହା ଦୁବାଇ ଓ ଶାରଜାରେ ହେଉଛି। ଟୁର୍ଣ୍ଣାମେଣ୍ଟର ଶେଷ ୮ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଏଥିରେ ୬ଟି ଟିମ ଭାଗ ନେଇଛନ୍ତି। ଭାରତରେ ଏହି ମ୍ୟାଚର ପ୍ରସାରଣ କରୁଥିବା ଡି ସ୍ପୋର୍ଟ ପ୍ରଥମେ ଏହା ଉପରେ ରୋକ ଲଗାଇଥିଲା। ଏହାପରେ ପିଏସଏଲର ପ୍ରସାରଣ ଦାୟିତ୍ୱ ନେଇଥିବା ଆଇଏମଜି ରିଲାଏନ୍ସ ଚୁକ୍ତିକୁ ରଦ୍ଦ କରିଦେଇଛି। ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଇଏମଜି ରିଲାଏନ୍ସ ଏଭଳି ନିଷ୍ପତ୍ତି ନେଇଥିବା କହିଛି। ଆଇଏମଜି ରିଲାଏନ୍ସ ଏ ସଂକ୍ରାନ୍ତ ଏକ ଇ-ମେଲ ପାକିସ୍ତାନ କ୍ରିକେଟ ବୋର୍ଡର ସଦସ୍ୟ ଶୋଏବ ଶେଖଙ୍କୁ ମଧ୍ୟ ପଠାଇଛି।

ପିଏସଏଲର ପ୍ରସାରଣ ଦାୟିତ୍ୱ ଏକମାତ୍ର ସଂସ୍ଥା ଭାବେ ଆଇଏମଜି ରିଲାଏନ୍ସ ହିଁ ନେଇଥିଲା। ଆଇଏମଜି ରିଲାଏନ୍ସରୁ ବିଶ୍ୱର ବିଭିନ୍ନ ଚ୍ୟାନେଲ ଏହାକୁ ନେଇ ପ୍ରସାରଣ କରୁଥିଲେ। ଏବେ ଆଇଏମଜି ରିଲାଏନ୍ସ ଏଥିରୁ ଓହରି ଯାଇଥିବାରୁ ପିଏସଏଲର ପ୍ରସାରଣ ମଧ୍ୟ ସମଗ୍ର ବିଶ୍ୱରେ ବନ୍ଦ ହୋଇଯାଇଛି।

Related posts

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau

୬୬ ତମ ରାଜ୍ୟ ଆଥଲେଟିକ ମିଟ ଉଦଘାଟିତ

Odisha Sports Bureau

ମମତାଙ୍କୁ ଝଟକା: କ୍ରୀଡା ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା

Odisha Sports Bureau