Cricket

ସିରିଜରୁ ବାଦ ପଡ଼ିଲେ ପାଣ୍ଡ୍ୟା

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଘରୋଇ ଟିମ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ସିରିଜରେ ଦଳର ସବୁଠାରୁ ସଫଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାକ ଇଞ୍ଜୁରୀ କାରଣରୁ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ବିଶ୍ୱକପ ଖେଳିବେ କି ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାଣ୍ଡ୍ୟା ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡ଼ିଥିଲେ ହେଁ ଟି-୨୦ରେ କୌଣସି ନୂଆ ଖେଳାଳିଙ୍କ ନାଁ ଘୋଷଣା କରାଯାଇ ନାହିଁ। କିନ୍ତୁ ଦିନିକିଆ ସ୍କ୍ୱାଡରେ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି।

ସେହିପରି ଏକ ଟିଭି ଶୋ’ରେ କେତେକ ଆପତ୍ତିଜନକ ମନ୍ତବ୍ୟ ପାଇଁ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ଅଧାରୁ ସ୍ୱଦେଶ ଫେରିବାକୁ ପଡ଼ିଥିଲା। ଏବେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରେ ସାମିଲ କରାଯାଇଥିଲା। ହେଲେ ବ୍ୟାକ୍ ଇଞ୍ଜୁରୀ ଯୋଗୁ ସେ ଆଜି ବାଦ୍ ପଡ଼ିଛନ୍ତି।

Related posts

ନିଜ ଦେଶରେ ବିଶ୍ୱର ସବୁଠାରୁ ବଡ ଟି -୨୦ ଲିଗ୍ ପ୍ରତିଷ୍ଠା କରିବ ସାଉଦି ଆରବ

Odisha Sports Bureau

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ