Cricket

ଆଜିର ଦିନରେ କିକ୍ରେଟର ଆରମ୍ଭ

(ଓଡିଶା ସ୍ପୋର୍ଟ): ଆଜିଦିନରେ ପ୍ରଥମ ଅନ୍ତରାଷ୍ଟ୍ରୀୟମ୍ୟାଚ ଖେଳାଯାଇଥିଲା। ପ୍ରଥମେ ୧୮୭୭ ମେଲବର୍ଣ୍ଣରେରେଏହି ମ୍ୟାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ଘରୋଇଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇଥିଲା।ସେକ୍ରିକେଟର ଜନ୍ମଦାତା ଇଂଲଣ୍ଡକୁ ୪୫ ରନରେ ହରାଇଥିଲା। ୧୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ମ୍ୟାଚର ପରିଣାମ ୧୯ ମାର୍ଚ୍ଚକୁ ଆସିଥିଲା।ଏହି ମ୍ୟାଚର ସ୍ୱତନ୍ତ୍ରତା ହେଉଛି ଏହି ମ୍ୟାଚରେ କୌଣସି ସମୟସୀମା ନଥିଲା।
ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କିଛି ନିୟମ କରାଯାଇଥିଲା।ଏହାରିଅନୁସାରେଏହି ନିର୍ଣ୍ଣୟକ ରାଯାଇଥିଲା ଯେ ଦୁଇଟିଯାକ ଟିମ ଦୁଇଟି ଲେଖାଏଁଇନିଂ ଖେଳିବେ । ଯେଉଁ ପର୍ୟ୍ୟନ୍ତ ଦୁଇଟିଯାକ ଟିମର ଇନିଂ ଶେଷ ହୋଇନି ସେ ପର୍ୟ୍ୟନ୍ତ ମ୍ୟାଚ ଚାଲିବ। ୧୮୭୭ ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ ୧୮୮୮ ସୁଦ୍ଧା ଦୁଇ ଦେଶ ମଧ୍ୟରେ ହିଁଖେଳା ଯାଉଥିଲା। ୧୮୮୯ ମସିହାରେଦ.ଆଫ୍ରିକା ଟେଷ୍ଟ ମ୍ୟାଚ ଖେଳିବାର ତୃତୀୟ ଦେଶ ହେଲା। ବର୍ତ୍ତମାନ ସୁଦ୍ଧା, ମାନେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆରମ୍ଭ ହେବାର ୧୪୨ ବର୍ଷପରେ ମଧ୍ୟ ମାତ୍ର ୧୨ଟି ଦେଶ ଟେଷ୍ଟ କ୍ରିକେଟ ଖେଳୁଛନ୍ତି।
ଭାରତ ୧୯୩୨ ମସିହାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ  ଖେଳିଥିଲା। ୨୫ରୁ ୨୮ ଜୁନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତକୁ ୧୫୮ ରନରେ ହରାଇଥିଲା। ଭାରତ କ୍ରିକେଟରେ ପ୍ରବେଶ କରିବାରେ ୬ ନମ୍ୱରଦେଶ।ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ କ୍ରିକେଟ ଖେଳିବା ଆରମ୍ଭ କରି ସାରିଥିଲେ।
ଭାରତ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ୧୯୫୨ ମସିହାରେ ଜିତିଥିଲା। ଏହି ମ୍ୟାଚ ୬ରୁ ୧୦ ଫେବ୍ରୁଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯାଇଥିଲା ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ଗୋଟି ଏଇନିଂ ଏବଂ ୮ ରନରେ ହରାଇଥିଲା। ଏହି ମ୍ୟାଚରେ ପାଲିଉମରୀଗର (୧୩୦) ଏବଂ ପଙ୍କଜ ରୟ (୧୧୧) ଶତକ ହାସଲ କରିଥିଲେ। ବେନୁମାଙ୍କଡ (୮/୫୫, ୪/୫୩) ମ୍ୟାଚରେ ୧୨ଟି ୱିକେଟ ହାସଲ କରିଥିଲେ।

Related posts

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ମୁଁ କେବଳ ଘରକୁ ଯିବାକୁ ଚାହୁଁଛି… ଆକାଶ ମାର୍ଗ ବନ୍ଦ ଯୋଗୁଁ ଭାରତରେ ଫସି ରହିଛି ୱେଷ୍ଟଇଣ୍ଡିଜ୍ ଦଳ

Odisha Sports Bureau

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau