Badminton

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ,ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ-ଶ୍ରୀକାନ୍ତ

(ଓଡିଶା ସ୍ପୋର୍ଟ):ପୂର୍ବତ ନଚାମ୍ପିୟନ ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତିା ସିନ୍ଧୁ ପ୍ରଥମ ରାଉଣ୍ଡରେ ଭାରତର ମୁଗଧାଆଗ୍ରେଙ୍କୁ ୨୧-୮, ୨୧-୧୩ ଗେମରେପରାସ୍ତ କରିଛନ୍ତି।

ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ହଂକଂର ଓ୍ବଙ୍ଗ୍ ଓ୍ବିଙ୍ଗ୍ କିଭିନସେଣ୍ଟଙ୍କୁ୨୧-୧୬, ୧୮-୨୧, ୨୧-୧୯ଗେମ୍ର ପରାସ୍ତ କରି୨ୟ ରାଉଣ୍ଡରେ ପହଁଚିଛନ୍ତି । ପ୍ରଣୟ ମଧ୍ୟ ଦମ୍ଦାର ଆରମ୍ଭ କରିଛନ୍ତି ।

ପ୍ରଣୟ ଥାଇଲାଣ୍ଡର କଣ୍ଟପୋନ ଓ୍ବାଙ୍ଗ ଚାରୋଏନଙ୍କୁ ହରାଛନ୍ତି।ପ୍ରଥମ ଗେମ୍କୁ ପ୍ରଣୟ୧୪-୨୧ରେ ହାରି ଯାଇଥିଲେ ମଧ୍ୟ୨୧-୧୮, ୨୧-୧୪ରେ ପରବର୍ତ୍ତୀ ଦୁଇ ଗେମ ଜିତି ମ୍ୟାଚକୁ କବଜା କରି ନେଇଥିଲେ।ପଞ୍ଚମ ସିଡ ସମୀରବର୍ମା ୨୧-୧୮, ୨୧-୧୨ ସିଧା ସଳଖ ଗେମରେ ଡେନମାର୍କର ରାସମସ ଗେମକେଙ୍କୁ ମାତ ଦେଇଛନ୍ତି। ବି. ସାଇ ପ୍ରଣୀଥମଧ୍ୟ୨ୟ ରାଉଣ୍ଡରେ ପହଞ୍ଚଛନ୍ତି। ମହିଳା ବିଭାଗରେ ରିୟା ମୁଖାର୍ଜୀ୨୧-୧୭, ୨୧-୧୫ରେ ଥାଇଲାଣ୍ଡର ଫିତତାୟାପର୍ନ ଚାଇଓ୍ବାନଙ୍କୁ ପରାସ୍ତ କରିଛନ୍ତି।

Related posts

ବିଶ୍ୱର ଶ୍ରେଷ୍ଠ ୨୦ ଯୋଡିଙ୍କ ମଧ୍ୟରେ ସାତ୍ୱିକ୍-ଅଶ୍ୱିନୀ ଯୋଡି ସାମିଲ

Odisha Sports Bureau

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ