More Sports

ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ସେମି ଫାଇନାଲରେ ପୂଜା

(ଓଡିଶା ସ୍ପୋର୍ଟ): ଦୁଇଥରର ଚାମ୍ପିଅନ୍ ପୂଜା ରାନୀ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ବ୍ୟାଙ୍କକ୍ ରେ ଚାଲିଥିବା ଏସିଆନ୍ ଏଲିଟ୍ ବକ୍ସିଂ ଚାମ୍ପିଅନଶିପର ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ଏହି ସଫଳତା ହାସଲ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୬ଜଣ ଭାରତୀୟ ବକ୍ସରଙ୍କୁ ପ୍ରଥମ ରାଉଣ୍ଡରେ ବାଇ ମିଳିଛି।

ମହିଳାଙ୍କ ୮୧ କେଜି ଭାର ବର୍ଗରେ କେବଳ ପାଞ୍ଚଜଣ ବକ୍ସର ଥିବାରୁ ପୂଜା ସହଜରେ ସେମିଫାଇନାଲରେ ପହଞ୍ଚିପାରିଛନ୍ତି । ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ଫାଙ୍ଗାଲ ପୁରୁଷ ୫୨ କେଜି ବର୍ଗର କ୍ୱାର୍ଟରଫାଇନାଲରେ ଡିଫେଣ୍ଡିହ ଅଲିମ୍ପିକ୍ ଚାମ୍ପିଅନ୍ ଉଜବେକିସ୍ତାନର ହାସାନବୟ ଦୁସମାତୋଭଙ୍କୁ ଭେଟିପାରନ୍ତି।

ପୂର୍ବତନ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍ ନିଖତ୍ ଜରୀନ୍ (୫୧ କେଜି) କାମ୍ବୋଡିଆର ଶ୍ରେ ପୋଭ୍ ନାଓଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ସେହିପରି ଲଭଲିନା ବୋର୍ଗୋହେନ୍ (୬୪ କେଜି) ଚୀନର ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଏନ୍-ଚିନଙ୍କୁ ଭେଟିବେ। ରେକର୍ଡ ଚତୁର୍ଥ ପଦକ ଆଶାରେ ଥିବା ଶିବ ଥାପ୍ପା (୬୦ କେଜି) ପ୍ରଥମ ରାଉଣ୍ଡରେ କୋରିଆର କିମ୍ ୱନହୋଙ୍କୁ ଭେଟିବେ।

Related posts

ପ୍ରଶିକ୍ଷଣ ନେବା ପାଇଁ ଫ୍ଲୋରିଡ଼ା ଯିବେ ଦୂତୀ

ସୀମୋନା ବାଇଲ୍ସଙ୍କ ନାମରେ ୨୫ତମ ପଦକ

Odisha Sports Bureau

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau