More Sports

ଦୂତୀଙ୍କୁ ବ୍ରୋଞ୍ଜ

(ଓଡିଶା ସ୍ପୋର୍ଟ): ୨୩ତମ ଏସିଆନ ଆଥଲେଟିକ୍ ଚାମ୍ପିୟନଶିପ୍ରେ ଚମକିଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ବ୍ରୋଞ୍ଜ । ସେ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ବାହାରିନ୍ର ସାଲୱା ନାସିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଜାଖସ୍ତାନର ଓଲଗା ସାର୍ଫନୋଭା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସାଲୱା ଧାର୍ୟ୍ୟ ଦୂରତାକୁ ୨୨.୭୪ ସେକେଣ୍ଡ ଓ ଓଲଗା ୨୨.୮୭ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

୧୫ଶହ ମିଟର ଇଭେଣ୍ଟରେ ଭାରତର ପିୟୁ ଚିତ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଏହି ଦୂରତାକୁ ୪.୧୪.୫୬ ସେକେଣ୍ଡରେ ଅତିକ୍ରମ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବାହାରିନ୍ ଖେଳାଳି ରହିଛନ୍ତି। ଗାଶୱ ଟିଗେଷ୍ଟ ୪.୧୪.୮୧ ସେକେଣ୍ଡ ଓ ୱିନ୍ଫ୍ରେଡ୍ ମୁଟାଇଲେ ୟାଭି ୪.୧୬.୧୮ ସେକେଣ୍ଡରେ ଧାର୍ୟ୍ୟ ଦୂରତାକୁ ଅତିକ୍ରମ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

Related posts

କରୋନା ସଂକ୍ରମଣ ପାଇଁ ଏସିଆନ ଗେମ୍ସ ଅନିଶ୍ଚିତ କାଳ ପାଇଁ ସ୍ଥଗିତ

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

Odisha Sports Bureau

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଦୀପିକା