Cricket

ଦିଲ୍ଲୀକୁ ହରାଇ ଶୀର୍ଷରେ ଚେନ୍ନାଇ

(ଓଡିଶା ସ୍ପୋର୍ଟ): ପଏଣ୍ଟ ଟେବୁଲ ଶୀର୍ଷରେ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ୍ ଲିଗ୍ ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅତି ସହଜରେ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ସ୍ଥାନ ପକ୍କା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍କେ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲା। ଏପରି କି ପାଓ୍ବାର ପ୍ଲେ ଦଳ ଏକ ଉଇକେଟ ହରାଇ ମାତ୍ର ୨୭ ରନ୍ କରିଥିଲା। ପରେ ସୁରେଶ ରାଇନା, ଫାପ୍ ଡୁପ୍ଲେସି ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପଯୋଗୀ ଇନିଂସ ଯୋଗୁ ସିଏସ୍କେ ଧାର୍ୟ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୭୯ ରନ୍ କରିଥିଲା। ଦଳ ପାଇଁ ରାଇନା ସର୍ବାଧିକ ୫୯, ଧୋନୀ ୪୪, ଡୁପ୍ଲେସି ୩୯ ଓ ରବୀନ୍ଦ୍ର ଜାଡେଜା ୨୫ ରନ୍ କରିଥିଲେ। ବୋଲିଂରେ ଜଗଦ୍ଦୀଶ ସୁଚିତ ୨ ଉଇକେଟ ନେଇଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ସ୍ପିନରଙ୍କ ସମ୍ମୁଖୀନ ହୋଇ ନ ପାରି ମାତ୍ର ୯୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଅଧିନାୟକ ଶ୍ରେୟାସ ଆୟାର ୪୪ ଓ ଶିଖର ଧାଓ୍ବନ(୧୯)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ସ୍ପର୍ଶ କରିପାରି ନ ଥିଲେ। ବିଜୟୀ ଦଳ ପାଇଁ ଇମ୍ରାନ ତାହିର ୪ ଓ ଜାଡେଜା ୩ ଉଇକେଟ ନେଇଥିଲେ।

Related posts

ନୂଆ ଜର୍ସିରେ ନଜର ଆସିବେ LSG

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

Odisha Sports Bureau

ଆଇପିଏଲ୍ରେ ଆଜି ମୁହାଁ ମୁହିଁ ହେବେ ବାଙ୍ଗାଲୋର-ରାଜସ୍ଥାନ ଓ କୋଲ୍କାତା-ଚେନ୍ନାଇ

Odisha Sports Bureau