Shooting

ଜୁନିୟର ବନ୍ଧୁକ ଚାଳନା ବିଶ୍ୱ କପ୍: ଭାରତୀୟ ମହିଳା ଟିମ୍ କଲେ ବିଶ୍ୱ ରେକର୍ଡ

(ଓଡିଶା ସ୍ପୋର୍ଟ): ଭାରତୀୟ ବନ୍ଧୁକଚାଳକ ଇଲାବେନିଲ ୱାଲାରିବାନ ଜର୍ମାନୀର ସୁହଲରେ ଚାଲିଥିବା ଜୁନିୟର ବିଶ୍ୱକପ୍ ରେ ସୋମବାର ଦିନ ହମବତନ ମେହୁଲି ଘୋଷଙ୍କୁ ହରାଇ ମହିଳା ୧୦ ମିଟର ଏୟାର ରାଇଫଲ ବିଭାଗରେ ଶ୍ୱର୍ଣ୍ଣ ପଦକ ଜିତିଛନ୍ତି । ଇଲାବେନିଲ ୨୫୧.୬ ଅଙ୍କ କରି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଛନ୍ତି, ଯେତେବେଳେକି ଘୋଷ ୨୫୦.୨ ଅଙ୍କ ସହିତ ରୈାପ୍ୟ ପଦକ ହାସଲ କରିଛନ୍ତି । ଫ୍ରନ୍ସର ଓକେନ୍ ମରିୟେନ ମୁଲେର ତୃତୀୟ ସ୍ଥାନରେ ରହି କାଂଶ୍ୟ ପଦକ ହାସଲ କରିଛନ୍ତି ।

ମହିଳା ବିଭାଗରେ ୧୦ ମିଟର ଏୟାର ରାଇଫଲରେ ଭାରତୀୟ ଜୁନିୟର ଟିମ୍ ବିଶ୍ୱ ରେକର୍ଡ କରିଛନ୍ତି । ଇଲାବେନିଲ, ଘୋଷ୍ ଏବଂ ଶ୍ରେୟା ଅଗ୍ରୱାଲ ଟିମ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ ଏହି ପ୍ରକାରରେ ୬ ଗୋଟି ସ୍ୱର୍ଣ୍ଣ, ୬ଟି ରୈାପ୍ୟ ଏବଂ ଦୁଇଟି କାଂଶ୍ୟ ପଦକ ସହିତ ମୋଟାମୋଟି ୧୪ଗୋଟି ପଦକ ହାସଲ କରି ଶୀର୍ଷ ସ୍ଥାନରେ ରହିଛି । ଚୀନ୍ ଦୁଇଟି ସ୍ୱର୍ଣ୍ଣ ସହିତ ମୋଟାମୋଟି ୬ ଗୋଟି ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

Related posts

୫୦ ମିଟର ଏୟାର ରାଇଫଳରେ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

Odisha Sports Bureau

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

Odisha Sports Bureau

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau