More Sports

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ

(ଓଡିଶା ସ୍ପୋର୍ଟ): ଓଡ଼ିଆ ଝିଅ ତଥା ଓଡ଼ିଶାର ନମ୍ବର ୱାନ ଧାବିକା ଦୂତୀ ଚାନ୍ଦ ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତକାଲି ଦୂତୀଙ୍କୁ କିଟ ଓ କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ନାପୋଲିରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ ଦୂ୍ତି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ।

ମଙ୍ଗଳବାର ଆୟୋଜିତ ଏହି ସମ୍ବର୍ଧନା ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଦୂତିଙ୍କ ପ୍ରଶିକ୍ଷକ ଏନ୍ ରମେଶ, କିଟ୍ ବିଶ୍ବବିଦ୍ୟାଳୟର କୁଳପତି ହୃଷିକେଶ ମହାନ୍ତି, କୁଳସଚିବ ସସ୍ମିତାରାଣୀ ସାମନ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଦୂତିଙ୍କ ନାମରେ ଏକ ଆଥ୍ଲେଟିକ ଟ୍ରାକ ନାମିତ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। କିଟ୍ ପରିସରରେ ନିର୍ମାଣାଧୀନ ଆଥ୍ଲେଟିକ ଟ୍ରାକ୍ ସମ୍ପୂର୍ଣ୍ଣ ହେବା ପରେ ଏହା ତାଙ୍କ ନାମରେ ନାମିତ ହେବ। ଏଥିସହ ଭବିଷ୍ୟତରେ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠା କରାଯିବାକୁ ଥିବା ଆଥ୍ଲେଟିକ୍ ଏକାଡେମିରେ ଦୂତିଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।

Related posts

ଇଣ୍ଡିଆନ୍ ଓପନ ଗଲ୍ଫ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସ୍ଥାନରେ ଅମନଦିପ୍

Odisha Sports Bureau

ମାର୍ଚ୍ଚ ୨୩ରୁ ଖେଲୋ ଇଣ୍ଡିଆ ମହିଳା ହକି ଲିଗ ଆରମ୍ଭ

ଏସିଆନ ପାରା ଗେମ୍ସ : ୭ ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau