Cricket

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଏକ ୩ ଜଣିଆ କମିଟି ଗଠନ

(ଓଡିଶା ସ୍ପୋର୍ଟ): ଭାରତ ବିଶ୍ୱକପ ହାରିବା ପରେ ଟିମ ପରିଚାଳନାରେ କିଛିଟା ପରିବର୍ତ୍ତନ ହେବ । ଗତକାଲି ଭାରତୀୟ ଦଳର ମୁଖ୍ୟ କୋଚ ଓ ଅନ୍ୟ ସହାୟକ କୋଚିଂ କର୍ମଚାରୀମାନଙ୍କ ପାଇଁ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ସହ ମୁଖ୍ୟ କୋଚ, ବୋଲିଂ କୋଚ, ବ୍ୟାଟିଂ କୋଚ, ଫିଲଡିଂ କୋଚ,ଫିଜିଓ ଓ ଷ୍ଟ୍ରେଙ୍ଗଥ ଏଣ୍ଡ କଣ୍ଡସନିଂ କୋଚ ଓ ମ୍ୟାନେଜରଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି ।

ପରେ ଆଜି ଏହି ଚୟନ ପ୍ରକ୍ରିୟା ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି।ଏହି କମିଟିରେ ପୂର୍ବତନ ଅଲରାଉଣ୍ଡର ତଥା ୧୯୮୩ର ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ, ପୂର୍ବତନ ଓପନର ଅଂଶୁମାନ ଗାଓକ୍ୱାର୍ଡ ଓ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ ସଦସ୍ୟ ରହିଛନ୍ତି ।

ଆସନ୍ତା ଜୁଲାଇ ୩୦ ସଂଧ୍ୟା ୫ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ବର୍ତ୍ତମାନର ସପୋର୍ଟିଂ ଷ୍ଟାଫ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଭାବେ ଅଂଶଗ୍ରହଣ କରିପାରିବେ। ଅନ୍ୟପକ୍ଷରେ କେବଳ କୋଚିଂ ଷ୍ଟାଫ ନୁହେଁ, ଚୟନକର୍ତ୍ତା କମିଟିକୁ ମଧ୍ୟ ବଦଳାଇବାକୁ ବିସିସିଆଇର ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛି ।

Related posts

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau

୩ୟ ମ୍ୟାଚ ଖେଳିବେ କୋହଲି! ଜାଣନ୍ତୁ ଅପଡେଟ୍‌…

Odisha Sports Bureau