More Sports

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର

(ଓଡିଶା ସ୍ପୋର୍ଟ): ୧୨ତମ ଦକ୍ଷିଣ ଏସିଆଇ ବଡ଼ିବିଲ୍ଡିଙ୍ଗ ଓ ଫିଜିକ ସ୍ପୋର୍ଟ୍ସ ଚାମ୍ପିୟନସିପରେ ଭାରତୀୟ ବଡ଼ି ବିଲ୍ଡର ରବିନ୍ଦର କୁମାର ମଲିକ ବାଜି ମାରିବା ସହିତ ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କରିଛନ୍ତି । ତାଙ୍କୁ କାଠମାଣ୍ଡୁରେ ଚାମ୍ପିୟନର ମୁକୁଟ ପିନ୍ଧାଯାଇଥିଲା ।

ଦଳଗତ ପ୍ରଦର୍ଶରେ ଆଗରେ ରହିଥିଲା ଆଫଗାନିସ୍ତାନ । ମୋଟ ୫୩୫ ଅଙ୍କ ସହିତ ଶୀର୍ଷ ସ୍ଥାନ ହାସଲ କରି ଟିମ୍ ଚାମ୍ପିୟନସିପ ହାସଲ କରିଥିଲା ଆଫଗାନିସ୍ତାନ। ଆୟୋଜକ ନେପାଳ ୪୪୫ ଅଙ୍କ ସହିତ ଦଳଗତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୩୮୦ ଅଙ୍କ ସହିତ ତୃତୀୟ ସ୍ଥାନ ହାସଲ କରିଥିଲା ଭାରତୀୟ ଦଳ । ୮୦ କିଲୋଗ୍ରାମ ବର୍ଗର ବିଜେତା ରବିନ୍ଦର କୁମାର ମଲିକଙ୍କୁ ସିନିୟର ପୁରୁଷ ବର୍ଗର ବିଜେତାମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ବଡି ବିଲ୍ଡର ଚୟନ କରାଯାଇଥିଲା ।

Related posts

ଷ୍ଟାଇରିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ: ଲୁଇସ୍ ହାମିଲଟନଙ୍କ ୮୯ ତମ ପୋଲ ସ୍ଥିତି ହାସଲ

କରୋନା ଭାଇରସ କବଳରେ ଏହି ଖେଳାଳୀ

Odisha Sports Bureau

ମ୍ୟାରୀଙ୍କ ପରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ମଞ୍ଜୁ,ଯମୁନା,ଲୋଭଲିନା

Odisha Sports Bureau