More Sports

ଥାଇଲ୍ୟାଣ୍ଡ ଓପନ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଆଶିଷ

(ଓଡିଶା ସ୍ପୋର୍ଟ): ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ବକ୍ସର ଆଶିଷ କୁମାର । ଏସିଆ ଗେମ୍ସରେ ଭାରତ ପାଇଁ ରୌପ୍ୟ ଜିତିଥିବା ଷ୍ଟାର ବକ୍ସର ଆଶିଷ କୁମାର ଆଜି ଥାଇଲ୍ୟାଣ୍ଡ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୭୫ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି।
ଏହି ପଦକ ସହ ଭାରତ ଚଳିତ ଥାଇଲ୍ୟାଣ୍ଡ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ପାଇ ନିଜର ଅଭିଯାନ ଶେଷ କରିଛି।
ଆଜିର ଫାଇନାଲରେ ଆଶିଷ କୁମାରଙ୍କ ମୁକାବିଲା କୋରିଆର କିମ୍ ଜିନଜେଇଙ୍କ ସହ ହୋଇଥିଲା। ଏହାକୁ ଆଶିଷ କୁମାର ୫-୦ରେ କବଜା କରି ନେଇଥିଲେ।

Related posts

ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଝିଅ ଅନିତା

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau