Cricket

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିସିସିଆଇ ଅମ୍ପାୟାର ଭାବେ ମନୋନୀତ ହୋଇଛନ୍ତି ଓଡିଆ ପୁଅ ଦୁର୍ଗାଦତ୍ତଦାସ । ଦୃଢ ମନବଳ, ଏକାଗ୍ରତା ଓ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତା ଆଣିଦିଏ ତାହା ପ୍ରମାଣ କରିଛନ୍ତି ଦୁର୍ଗା ।

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ଗାଁରେ ଦୁର୍ଗାଦତ୍ତ ଦାସଙ୍କ ଘର । ଛୁଆ ଦିନରୁ କ୍ରିକେଟ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । କିନ୍ତୁ ଏହି ଆଗ୍ରହ ଅମ୍ପାୟାରସିପ ପାଇଁ ଥିଲା । ୨୦୧୨ ମସିହାରେ ଦୁର୍ଗାଦତ୍ତ ଓସିଏରେ ଅମ୍ପାୟାରସିପ୍ ପାଇଲେ । ଏବେ ବିସିସିଆଇର ଅମ୍ପାୟାରସିପ୍ ପାଇଁ ମନୋନୀତ ହୋଇଛନ୍ତି। ଚୟନ ପ୍ରକ୍ରିୟାରେ ଦୁର୍ଗାଦତ୍ତ ୯୨ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ଏହି ଚୟନ ପ୍ରକ୍ରିୟାରେ ତାଙ୍କୁ ଆହୁରି ଅନେକ ପର୍ଯ୍ୟାୟ ଅତିକ୍ରମ କରିବାକୁ ଅଛି । ତେବେ ସେ ସବୁଥିରେ ସଫଳତା ହାସଲ କରିବେ ବୋଲି ଆଶା ରଖିଛନ୍ତି । ତାଙ୍କ ସଫତାକୁ ନେଇ ସାରା ଗାଁ ଗର୍ବ ଅନୁଭବ କରୁଛି ।

Related posts

ଦେଖିବାକୁ ମିଳିବନି ମିଚେଲ ଷ୍ଟାର୍କଙ୍କ ଖେଳ

Odisha Sports Bureau

ଅଭିନେତ୍ରୀ ନଗମାଙ୍କୁ ମନ ଦେଇଥିଲେ ଗାଙ୍ଗୁଲି

ବିରାଟଙ୍କ ବଡ଼ ଫ୍ୟାନ, କୁକୁଡ଼ାଖଣ୍ଡିରୁ ବିଶାଖାପାଟଣା

Odisha Sports Bureau

Leave a Comment