Cricket

ପୁଣି ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କଲେ ରବି ଶାସ୍ତ୍ରୀ

(ଓଡିଶାସ୍ପୋର୍ଟସ ): ସମସ୍ତ ଅପେକ୍ଷାର ଅନ୍ତ ଘଟିଲା । ଭାରତୀୟ କିକ୍ରେଟ ଟିମକୁ ମିଳିଲା ମୁଖ୍ୟ କୋଚ । ପୁଣି ରବି ଶାସ୍ତ୍ରୀ ହେଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ । ଆଗକୁ ମଧ୍ୟ ଟିମ୍ ଇଣ୍ଡିଆର ଦାୟିତ୍ୱ ଜାରି ରଖିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ ଭିତ୍ତି କରି ତାଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ପୁଣି ଥରେ ଚୟନ କରାଯାଇଛି।

ମୁମ୍ବାଇରେ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ ପରାମର୍ଶ କମିଟି ୬ ଜଣ ସର୍ଟଲିଷ୍ଟ ହୋଇଥିବା କ୍ରିକେଟରଙ୍କର ସାକ୍ଷାତକାର ନେଇଥିଲା। ଏହି ପଦବୀ ପାଇଁ ପ୍ରାୟ ୨ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ସମସ୍ତ ପାରାମିଟରକୁ ଆଧାର କରି ରବି ଶାସ୍ତ୍ରୀଙ୍କ ନାମ ଚୟନ କରାଯାଇଛି।
ସୂଚନାଯୋଗ୍ୟ ଅଧିନାୟକ ବିରାଟ କୋହଲି ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ। ଏବେ ପୂରା ଟିମ୍ର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ। ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ପୁଣିଥରେ ଭରସା କରିଛି।

Related posts

ଅଜିତ ଅଗରକରଙ୍କ ବିଦାୟର କାରଣ ରୋହିତ ଶର୍ମା କି?

Odisha Sports Bureau

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଭାବରେ ଧୋନିଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ସଫଳ

Odisha Sports Bureau