More Sports

ସୁଟିଂ ବିଶ୍ୱକପରେ ଭାରତକୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ  ): ଓ ଡି ଜେନିରୋ ଖେଳାଯାଇଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ଭାରତୀୟ ସୁଟର୍‌ ଏଲାଓ୍ଵନିଲ୍‌ ଓ୍ଵାଲାରିଓ୍ଵାନ୍‌ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ବର୍ଗରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି। ୨୦ ବର୍ଷୀୟା ଏଲାଓ୍ଵନିଲ୍‌ଙ୍କ ଏହା ସିନିଅର ସୁଟିଂ ବିଶ୍ୱକପରେ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ସେ ୨୫୧.୭ ପଏଂଟ୍ ହାସଲ କରି ଏହି ସଫଳତା ପାଇଛନ୍ତି । ପୂର୍ବରୁ ୨୦୧୮ରେ ସିଡ୍‌ନି ଏବଂ ସୁଲ୍‌ରେ ଆଇଏସ୍‌ଏସ୍‌ଏଫ୍‌ ଜୁନିୟର୍‌ ଓ୍ଵାର୍ଲଡ୍‌ କପ୍‌ରେ ସ୍ୱର୍ଣ୍ଣପଦକ ପାଇଥିଲେ।ଇଂଲଣ୍ଡର ସିଓନେଡ୍‌ ମେକିନ୍‌ତୋଶ୍‌ ୨୫୦.୬ ପଏଣ୍ଟ୍‌ ହାସଲ କରି ରୌପ୍ୟପଦକ ଜିଣିଛନ୍ତି। ସୁଟିଂରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିବା ଇଲାଭେନିଲ ତୃତୀୟ ଭାରତୀୟ ଅଟନ୍ତି । ଏହା ପୂର୍ବରୁ ଅପୂର୍ବୀ ଓ ଅଞ୍ଜଳୀ ଭାଗବତ ଏହି ସଫଳତା ପାଇଛନ୍ତି ।

ଏହି ପ୍ରତିଯୋଗିତାରେ ବିଶ୍ୱର ଦ୍ୱିତୀୟ ଅଞ୍ଜୁମ୍‌ ମୌଦ୍‌ଗିଲ୍‌ ୧୬୬. ୮ ହାସଲ କରି ଷଷ୍ଠ ସ୍ଥାନରେ ରହିଛନ୍ତି। ପୂର୍ବରୁ ଅପୂର୍ବୀ ଫାଇନାଲ୍‌କୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେ ୧୧ଶ ସ୍ଥାନରେ ଅଛନ୍ତି। ଅଞ୍ଜୁମ୍‌ କିନ୍ତୁ, ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ତାଙ୍କର କୋଟା ହାସଲ କରିସାରିଛନ୍ତି।

Related posts

ଏଫଆଇଏଚ ପ୍ଳୋ ଲିଗ ୨୦୨୦ ଭାରତୀୟ ଦଳରେ ୨ ଓଡ଼ିଆ

Odisha Sports Bureau

ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନ

Odisha Sports Bureau

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ