Cricket

ଟି ୧୦ ଟୁର୍ଣ୍ଣାମେଣ୍ଟରେ ଖେଳିପାରନ୍ତି ଯୁବରାଜ

(ଓଡିଶାସ୍ପୋର୍ଟସ ): ଭାରତୀୟ କିକ୍ରେଟର ହିରୋ ୨୦୧୧ ବିଶ୍ୱକପ ବିଜେତା ଯୁବରାଜ ସିଂ ଆଗାମୀ ଆବୁଧାବି ଟି ୧୦ରେ ଖେଳିପାରନ୍ତି । ଟି ୧୦ ଟୁର୍ଣ୍ଣାମେଣ୍ଟର ଆୟୋଜକ ଏହି ୧୦ ଓଭର ବିଶିଷ୍ଟ କିକ୍ରେଟ ଲିଗ ପାଇଁ ଭାରତୀୟ ଅଲରାଉଣ୍ଡରଙ୍କ ସହ ଚୁକ୍ତି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଲିଗ୍ ନଭେମ୍ବର ୧୫ରୁ ୨୪ ତାରିଖ ପର୍ୟ୍ୟନ୍ତ ଆବୁଧାବିର ଶେଖ ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

ସଂସ୍ଥାପକ ଶାଜି ଉଲ୍ ମୁଲକ ଏହାର ସୂଚନା ଦେଇ କହିଛନ୍ତି, ଯେ “ଯୁବରାଜଙ୍କ ସମେତ ଏଥର ୧୬ଜଣ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ଲିଗ୍ ପାଇଁ ଚୁକ୍ତି କରିବାକୁ ଚାହୁଁଛୁ। ତେବେ ଯୁବରାଜଙ୍କ ସହ ଚୁକ୍ତି କରିବା ଆମର ମୂଳ ଲକ୍ଷ୍ୟ। ବର୍ତ୍ତମାନ କଥାବାର୍ତ୍ତା ଜାରି ରହିଛି। ଏବଂ ଏହି ଲିଗ୍ ପାଇଁ ତାଙ୍କର ଚୁକ୍ତି କରିବା ନେଇ ଆମେ ଆଶାୟୀ ଅଛୁ। ଏହାଛଡ଼ା ଭାରତୀୟ କ୍ରିକେଟର କିଛି ଅନ୍ୟ ବଡ଼ ନାଁ ମଧ୍ୟ ଏଥିରେ ସାମିଲ୍ ଅଛି। ଗତ ବର୍ଷ ଭାରତର ପୂର୍ବତନ କ୍ରିକେଟର ପ୍ରଥମଥର ପାଇଁ ଏହି ଟି-୨୦ ଲିଗରେ ଭାଗ ନେଇଥିଲେ ଏବଂ ଆମେ ଏଥର ଅଧିକ ଭାରତୀୟଙ୍କୁ ସାମିଲ୍ କରିବା ନେଇ ଯୋଜନା କରୁଛୁ।”
ପୂର୍ବରୁ ଜାହିର୍ ଖାନ୍, ଆରପି ସିଂହ, ଏସ୍ ବଦ୍ରିନାଥ, ମୁନାଫ୍ ପଟେଲ, ପ୍ରବୀଣ କୁମାର ଓ ପ୍ରବୀଣ ତାମ୍ବେଙ୍କୁ ଆବୁଧାବି ଲିଗରେ ଖେଳୁଥିବାର ଦେଖିବାକୁ ମିଳିଥିଲା।

Related posts

ଆସନ୍ତା କାଲି ଭାରତ ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ

Odisha Sports Bureau

ରାଜକୋଟରେ ଖେଳା ଯିବ ଭାରତ–ଇଂଲଣ୍ଡର ୩ୟ ଟେଷ୍ଟ ମ୍ୟାଚ

Odisha Sports Bureau

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ