Cricket

୨ରୁ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା

(ଓଡିଶା ସ୍ପୋର୍ଟସ ): ଆସନ୍ତା ଅକ୍ଟୋବର ୨ତାରିଖରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବ । ଏହି ଶୃଙ୍ଖଳା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଅଂଶବିଶେଷ ଅଟେ। ଏହି କାରଣରୁ ଉଭୟ ଟିମ୍‌ ପୁରା ମନୋବଳ ଲଗାଇ ଖେଳିବେ। ଉଭୟ ଟିମ୍‌ ନିଜ ନିଜର ରଣନୀତି ଲଗାଇ ପଡ଼ିଆକୁ ଓହ୍ଲାଇବେ। ମାତ୍ର ଭାରତର ପୂର୍ବତନ ବୋଲର ଚେତନ ଶର୍ମାଙ୍କ ଭାବନା ଅଲଗା। ଚେତନଙ୍କ ମତରେ ଯଦି ଏହି ଶୃଙ୍ଖଳାରେ ଯଶପ୍ରୀତ ବୁମରାଙ୍କର ଆବଶ୍ୟକତା ଅଛି, ତା’ହେଲେ ଭାରତୀୟ ଟିମ ତାଙ୍କୁ ଖେଳାଇବା ଉଚିତ।

୫୩ ବର୍ଷିଅ ଚେତନ ଶର୍ମା ଦିନିକିଆ ମ୍ୟାଚରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି। ସେ ୧୯୮୦ ଦଶକରେ ଭାରତର ପ୍ରମୁଖ ଦ୍ରୁତ ବୋଲର ଭାବେ ଗଣାଯାଉଥିଲେ। ଶର୍ମା କହିଛନ୍ତି, ମୋ ମତରେ ବୁମରାଙ୍କୁ ଭାରତରେ ହେଉଥିବା ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିଆଯିବା ଦରକାର। ସମସ୍ତେ ଜାଣିଛନ୍ତି ଯେ, ସେ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର। ଯଶପ୍ରୀତ ବୁମରା ଏଯାଏଁ ୧୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ଏହି ମ୍ୟାଚଗୁଡ଼ିକରେ ମୋଟ ୬୨ଟି ଓ୍ଵିକେଟ ନେଇଛନ୍ତି। ସବୁଠାରୁ ବଡ଼ କଥା ଯେ, ବୁମରା ନିଜର ସମସ୍ତ ମ୍ୟାଚଗୁଡ଼ିକ ବିଦେଶରେ ଖେଳିଛନ୍ତି।

Related posts

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau

ବିଜୟ ହଜାରେ ଟ୍ରଫି: ୭୮ ବଲ୍‌ରେ ଶତକ, ପରବର୍ତ୍ତୀ ୧୯ ବଲ୍‌ରେ ୧୫୦ ରନ୍… ଧ୍ରୁବ ଜୁରେଲ ଏକଦିବସୀୟରେ ଏକ ବଡ଼ ସଫଳତା ହାସଲ କଲେ

Odisha Sports Bureau

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

Odisha Sports Bureau