More Sports

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

(ଓଡିଶାସ୍ପୋର୍ଟ୍ସ): ଅଲମ୍ପିୟାନ ପିଟି ଉଷାଙ୍କୁ ଅନ୍ତର୍ଜାତୀୟ ଆଥଲେଟିକ ସଂଘର ସମ୍ମାନଜନକ ଭେଟରାନ୍ ପିନ୍ ଆୱାର୍ଡ଼ ମିଳିଛି । ଦୋହାରେ ଆୟୋଜିତ ୫୨ତମ ଆଇଏଏଏଫ୍ କନଫରେନ୍ସରେ ଯୋଗଦେଇ ଉଷା ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଉଷା ଟ୍ୱିଟ କରି କହିଛନ୍ତି, “ମୋତେ ସମ୍ମାନଜନକ ଭେଟରାନ ପିନ୍ ଆୱର୍ଡ ମିଳିଥିବାରୁ ମୁଁ ଆଇଏଏଏଫ୍ ଓ ସଭାପତି ସେବାଷ୍ଟିଆନ୍ କୋଇଙ୍କୁ ଧନ୍ୟବାଦ ଜଣାଉଛି। ଆମ ଦେଶରେ ଆଥଲେଟକ୍ସର ଅଭିବୃଦ୍ଧି ପାଇଁ ମୁଁ ନିୟମିତ କାର୍ୟ୍ୟ କରି ଚାଲିବି।”
୧୯୮୪ରେ ଲସ୍ ଆଞ୍ଜେଲ ଅଲମ୍ପିକରେ ପିଟି ୪୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ମାତ୍ର ୧/୧୦୦ ସେକେଣ୍ଡ ପାଇଁ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ। ୧୯୮୩ରେ ଅର୍ଜୁନ ଆୱର୍ଡ ପାଇଁ ଥିବା ଉଷା ୧୯୮୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

Related posts

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଦୀପିକା

ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନ

Odisha Sports Bureau

ଭାରତର ୨ ଯୋଡ଼ି ପୁରୁଷ ଡ଼ବଲ୍ସ ସେମିକୁ ଉନ୍ନୀତ