More Sports

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

(ଓଡିଶା ସ୍ପୋର୍ଟସ):  ଭାରତୀୟ ଜିମ୍ନାନଷ୍ଟିକଙ୍କ ବିଶ୍ୱ କଳାତ୍ମକ ଜିମ୍ନାନଷ୍ଟିକ୍ ଚମ୍ପିଆନଶିପ୍ ରେ ଖରାପ ପ୍ରଦର୍ଶନ ଜାରି ରହିଛି । ମହିଳାଙ୍କ ପରେ ପୁରୁଷ ଖେଳାଳୀ ମଧ୍ୟ ଅଲ-ର।।ଉଣ୍ଡ ଏବଂ ବ୍ୟକ୍ତିଗତ ବିଭାଗରେ ଫାଇନାଲରେ ନିଜର ସ୍ଥାନ ସୁୁରକ୍ଷିତ କରିପାରିନାହାଁନ୍ତି । ଅଲ-ରାଉଣ୍ଡ କ୍ୱାଲିଫକେଶନରେ ଯୋଗେଶ୍ୱର ସିଂହ ୯୨ତମ ସ୍ଥାନ ସହିତ ସର୍ବଶ୍ରେଷ୍ଠ ଭାରତୀୟ ରହିଛନ୍ତି, ସେ ୭୬.୦୯୭ ଅଙ୍କ ସଂଗ୍ରହ କରିଛନ୍ତି । ଏସିଆ ଖେଳରେ ବ୍ରୋଞ୍ଜ ପଦକ ବିଜେତା ଆଶିଷ କୁମାର (୭୩.୬୩୨) ୧୨୨ତମ ଏବଂ ଆଦିତ୍ୟ ରାଣା(୭୩.୦୯୮) ୧୨୮ତମ ସ୍ଥାନରେ ରହିଛନ୍ତି ।
ଫ୍ଲୋର ଏକ୍ସରସାଇଜ୍ କ୍ୱାଲିଫକେଶନରେ ଆଶିଷ୍ (୧୩.୫୦୦) ୭୭ତମ, ଆଦିତ୍ୟ(୧୩.୦୦୦) ୧୨୫ତମ ଏବଂ ୟୋଗେଶ୍ୱର (୧୨.୮୬୬) ୧୩୬ତମ ସ୍ଥାନରେ ରହିଛନ୍ତି । ୟୋଗେଶ୍ୱର ପୋମ୍ମେଲ ହୋର୍ସ ରେ ୧୨.୭୦୦ ସହିତ ୭୫ତମ, ଆଦିତ୍ୟ(୧୦.୫୩୩) ୧୭୩ତମ ଏବଂ ଆଶିଷ୍(୧୦.୧୦୦) ୧୮୨ତମ ସ୍ଥାନରେ ରହିଛନ୍ତି । ରିଙ୍ଗ୍ କ୍ୱାଲିଫକେଶନ ପେରଲଲ ବାର ଏବଂ ହାରିଜେଣ୍ଟଲ ଭାରତୀୟ ଜିମ୍ନାଷ୍ଟ ଶୀର୍ଷ ୧୦୦ ମଧ୍ୟ ରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିପାରି ନାହାଁନ୍ତି ।

Related posts

ଦେଶ ପାଇଁ ଗୌରବ ଆଣିଲେ ରବି ଦହିୟା

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ଜାତୀୟ କ୍ରୀଡ଼ା ସଙ୍ଗଠନଗୁଡିକ ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ନିଷ୍ପତ୍ତି ନ୍ୟାୟଯୁକ୍ତ ନୁହେଁ: ଏଚ ସି

Odisha Sports Bureau