More Sports

କ୍ୱାର୍ଟର ଫାଇନାଲରେ ମ୍ୟାରୀକମ

(ଓଡିଶା ସ୍ପୋର୍ଟସ):  ଚଳିତ ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ମ୍ୟାରୀକମ୍ ପ୍ରବେଶ କରିଛନ୍ତି । ଭାରତର ସବୁଠାରୁ ଅଭିଜ୍ଞ ବକ୍ସର ମ୍ୟାରୀକମ୍ ଅନ୍ତିମ-୧୬ ମୁକାବିଲାରେ ଥାଲଇ୍ୟାଣ୍ଡର ଜୁତାମାସ ଜିତପଙ୍ଗଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ଥାଇଲ୍ୟାଣ୍ଡ୍ ବକ୍ସର ଆକ୍ରମଣାତ୍ମକ ପଞ୍ଚ୍ ଦ୍ୱାରା ୩୬ ବର୍ଷୀୟ ମ୍ୟାରୀକମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ, ପଏଣ୍ଟ ହାସଲ କରିପାରିନଥିଲେ। ତୃତୀୟ ସିଡ୍ ମ୍ୟାରୀକମଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଥିଲା। ସେ ପ୍ରଥମ ତିନି ମିନିଟ୍ କେବଳ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିଥିଲେ ଏବଂ ପରେ ମୁକାବିଲାରେ ନିୟନ୍ତ୍ରଣ ହାସଲ କରିଥିଲେ। ମ୍ୟାରୀକମ୍ ୫୧କେଜି ବର୍ଗରେ ନିଜର ପ୍ରଥମ ବିଶ୍ୱ ପଦକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି।

Related posts

ଆୟର୍ଲାଣ୍ଡ ପାରାବ୍ୟାଡ଼ ମିଣ୍ଟନରେ ଓଡ଼ିଆ ତାରକା ପ୍ରମୋଦ ଭଗତତଙ୍କୁ ରୋପ୍ୟ

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

Odisha Sports Bureau