Hockey

ଏଫଆଇଏଚ ଅଲମ୍ପିକ କ୍ୱାଲିଫାୟର୍ସ ଓଡିଶା ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ଖେଳାଳି ତାଲିକା ଘୋଷଣା

(ଓଡିଶା ସ୍ପୋର୍ଟସ ) ଭୁବନେଶ୍ୱର: ଆଗାମୀ ଏଫଆଇଏଚ ଅଲମ୍ପିକ କ୍ୱାଲିଫାୟର୍ସ ଓଡିଶା ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ୧୮ ଜଣିଆ ଲେଖା ଖେଳାଳିଙ୍କ ନାମ ଆଜି ହକି ଇଣ୍ଡିଆ ଘୋଷଣା କରିଛି । ଏହା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରିତ ସିଂହ ହୋଇଥିବା ବେଳେ ମହିଳା ଦଳର ନେତୃତ୍ୱ ନେବେ ରାଣୀ ।
ପୁରୁଷ ଦଳରେ ଗୋଲକିପର ପି ଆର ଶ୍ରୀଜେସ ଓ କ୍ରିଷ୍ଣାନ ବାହାଦୁର ପାଠକଙ୍କୁ ମନୋନୀତ କରାଯାଇଥିବା ବେଳେ ଅନ୍ୟାନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ରୁପିନ୍ଦର ପାଲ ସିଂହ, ହର୍ମନପ୍ରିତ ସିଂହ, ବରୁଣ କୁମାର, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହ, ଅମିତ ରୋହିଦାସ, କ୍ୟାପ୍ଟେନ ମନପ୍ରିତ ସିଂହ, ନିଳକଣ୍ଠ ଶର୍ମା, ହାରଦିକ ସିଂହ, ବିବେକ ସାଗର ପ୍ରସାଦ, ସିମରଜିତ ସିଂହ । ଏମାନଙ୍କ ବ୍ୟତୀତ ଦଳରେ ଅଭିଜ୍ଞ ଆକ୍ରାମକ ଖେଳାଳି ଲଲିତ କୁମାର ଉପାଧ୍ୟାୟ, ସହ ଅଧିନାୟକ ଏସ ଭି ସୁନିଲ, ମନଦୀପ ସିଂହ, ଆକାଶ ଦୀପ ସିଂହ ଓ ରାମଦୀପ ସିଂହ ରହିଛନ୍ତି । ସେହିପରି ମହିଳା ଦଳ ପାଇଁ ସବିତା ଓ ରଜନୀ ଏତିମରପୁଙ୍କୁ ଗୋଲକିପର କରାଯାଇଥିବା ବେଳେ ଦଳରେ ଗୁରଜୀତ କୌର, ଦୀପ ଗ୍ରେସ ଇକା, ରିନା ଖୋଖର, ସାଲିମା ଟେଟେ, ନମିତା ଟୋପୋ, ସୁଶିଳା ଚାନୁ ପୁଖ୍ରାମ୍ବାମ, ନିକି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ଅଧିନାୟିକା ରାଣୀ, ବନ୍ଦନା କଟାରିୟା, ନବନିତ କୌର, ଲାଲରେମସିଆମି, ନବଜୋତ କୌର, ଶର୍ମୀଳା ଦେବୀଙ୍କୁ ସାମିଲ କରାଯାଇଛି । ଏହି ନାମକୁ ଆଜି ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରେଡ ଘୋଷଣା କରିଛନ୍ତି ।

Related posts

ହକି ବିଶ୍ୱକପରେ ନିରାଶ କଲେ ବିଦେଶୀ

Odisha Sports Bureau

ଲାକ୍ରା ହେବେ ଉପ ଅଧିନାୟକ

Paris 2024 Olympics: ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ

Odisha Sports Bureau