Cricket

ଟି ୨୦ – ସିରିଜରେ ବିଶ୍ରାମ ନେବେ କୋହଲି

(ଓଡ଼ିଶା ସ୍ପୋର୍ଟସ ): ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋହଲି ଟି-୨୦ ସିରିଜରେ ଅଂଶ ହେବେ ନାହିଁ । କାହିଁକି ନାଁ ସେ ଲଗାତାର ଖେଳି ଆସୁଛନ୍ତି ଏବଂ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ସେ ଅଷ୍ଟ୍ରେଲିଆ ସିରିଜ, ଆଇପିଏଲ, ୱାର୍ଲଡ କପ, ୱେଷ୍ଟ ଇଣ୍ଡିଜ ଗସ୍ତ ସହ ଦକ୍ଷିଣ ଆଫ୍ରିକାର ସିରିଜରେ ଲଗାତାର ଖେଳି ଆସୁଛନ୍ତି ।
ଖେଳାଳିଙ୍କ ୱାର୍କଲୋଡ ମ୍ୟାନେଜମେଣ୍ଟ, ଖାସକରି ସେହି ମାନଙ୍କୁ ଯେଉଁମାନେ ତିନୋଟି ପର୍ମାଟରେ ଖେଳୁଛନ୍ତି , ଆମର ପ୍ରାଥମିକତା ରହିଛି । ଆମେ ଚାହୁଁଛୁ ଯେ ଖେଳାଳି ଫିଟ ରୁହନ୍ତୁ ଏବଂ ଆମର ଖେଳ ଶୀର୍ଷରେ ରହୁ । ଟି-୨୦ ସିରିଜ ପାଇଁ ଅକ୍ଟୋବର ୨୪ ତାରିଖରେ ଭାରତୀୟ ଟିମର ଚୟନ କରାଯିବ । ଏହାସହ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚନୟକର୍ତ୍ତାଙ୍କ ସହ ମହେନ୍ଦ୍ର ସିଂହ ଧୋନୀଙ୍କ ଭବିଷ୍ୟତକୁ ନେଇ ଆଲୋଚନା କରିବେ ।

Related posts

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau

ଭାରତୀୟ ଖେଳାଳିଙ୍କ ପ୍ରତି ଅବହେଳା ଦେଖି ବିରକ୍ତ ପ୍ରକାଶ କଲେ ପାଣ୍ଡ୍ୟା

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau