Tennis

କ୍ୟାରିୟରର ୧୫୦୦ ତମ ମ୍ୟାଚ ଖେଳିଲେ ଏହି ଖେଳାଳି

(ଓଡ଼ିଶା ସ୍ପୋର୍ଟସ ): ନିଜ କ୍ୟାରିୟରର ୧୫୦୦ତମ ମ୍ୟାଚ୍‌ ଖେଳିଛନ୍ତି ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର । ସୁଇସ୍‌ ଇନ୍‌ଡୋର୍ସ ପ୍ରତିଯୋଗିତା ମ୍ୟାଚ୍‌ରେ ବିଜୟ ଲାଭ କରି ସେ ଏହାକୁ ଆହୁରି ସ୍ମରଣୀୟ କରିଛନ୍ତି। । ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୮ ବର୍ଷୀୟ ଫେଡରର ୬-୨, ୬-୧ ସିଧାସଳଖ ସେଟ୍‌ରେ ଜର୍ମାନୀର ଯୋଗ୍ୟତା ଅର୍ଜନକାରୀ ଖେଳାଳି ପିଟର୍‌ ଗୋଜୋଓ୍ବଜିକଙ୍କୁ ହରାଇଛନ୍ତି। ବାସେଲରେ ଏହା ତାଙ୍କର କ୍ରମାଗତ ୨୧ତମ ବିଜୟ ଥିଲା। ସେହିଭଳି ମୋଟ୍‌ ଉପରେ ଏହି ଟୁର୍ନାମେଣ୍ଟରେ ତାଙ୍କ ବିଜୟ-ପରାଜୟ ୭୨-୯ରେ ପହଞ୍ଚତ୍ଛି। ଯଦି ଫେଡରର ଏଠାରେ ଚାମ୍ପିୟନ ହୁଅନ୍ତି ତେବେ କ୍ୟାରିୟରର ୧୦ମ ଥର ଲାଗି ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ୍‌ ହାସଲ କରିବେ। ସେହିଭଳି ମୋଟ୍‌ ଉପରେ ଏହା ତାଙ୍କ ୧୦୩ତମ ଟାଇଟଲ୍‌ ବିଜୟ ହେବ। ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

Related posts

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ୍ ରେ ମହିଳା ଏକକରୁ ବିଦାୟ ନେଲେ ସେରେନା

Odisha Sports Bureau

ପେନ ପେସିଫିକ୍ ଓପନ: କ୍ୱାଟର ଫାଇନାଲରେ ପ୍ରବେଶ କଲେ ନାଓମୀ ଓସାକା

Odisha Sports Bureau