Cricket

କିକ୍ରେଟ ଏକାଡ଼େମୀ ଖୋଲିବେ ଧୋନୀ

( ଓଡିଶା ସ୍ପୋର୍ଟ୍ସ ): ମହେନ୍ଦ୍ର ସିଂ ଧୋନୀ କିକ୍ରେଟରୁ ଦୂରେଇ ରହିଥିବା ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ମାକୁ ଆସିିଛି । ସେ ରାଚିଂରେ ଏକ କିକ୍ରେଟ ଏକାଡ଼େମୀ ଖୋଲିବେ ବୋଲି ସୂଚନା ମିଳିଛି । ହିନ୍ଦୁସ୍ତାନ ଟାଇମସର ଏକ ରିପୋର୍ଟ ଅନୁସାରେ ଧୋନୀ ରାଂଚିରେ ଏକ କ୍ରିକେଟ୍ ଏକାଡେମୀ ଖୋଲି ପାରନ୍ତି । ଧୋନୀଙ୍କ ବିଶ୍ୱସ୍ତ ସୂତ୍ରରୁ ଏହି ଖବର ମିଳିଛି । ରାଂଚିରେ କ୍ରିକେଟ୍ ଏକାଡେମୀ ହେଲେ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ପାଇଁ ଲାଭଦାୟକ ହେବ । ଯେଉଁଥିରେ ସେମାନେ ଅଭ୍ୟାସ କରିପାରିବା ସହ ନିଜର ଟେକନିକରେ ପରିବର୍ତନ କରିପାରିବେ । ଏଥିରେ ଆହୁରି କୁହାଯାଇଛି ଯେ, ଧୋନୀଙ୍କ ପିଲାଦିନର ସାଙ୍ଗ ମିହିର ଦିବାକରଙ୍କର ଆର୍କା ସ୍ପୋର୍ଟସ୍ ନାମରେ ଏକ କମ୍ପାନୀ ରହିଛି । ଏହି କମ୍ପାନୀ ଏକାଡେମୀ ଖୋଲିବା ପାଇଁ ସ୍ଥାନ ଖୋଜିବା ଆରମ୍ଭ କରିଦେଇଛି । ସବୁକିଛି ଠିକ ଚାଲିଲେ ଆଗାମୀ କିଛି ବର୍ଷ ମଧ୍ୟରେ କ୍ରିକେଟ୍ ଆକାଡେମୀ ଖୋଲିଯିବ । ଏହି ଏକାଡେମୀର ରାଂଚିର କୌଣସୀ ଏକ ସ୍କୁଲ ସହ ମଧ୍ୟ ଅନୁବନ୍ଧିତ ରହିବ ।

Related posts

ମନମୋହନ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଦଳ ଘୋଷଣା

Odisha Sports Bureau

ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ

Odisha Sports Bureau