Badminton

ବିଶ୍ୱସ୍ତରରେ ଶାତ୍ୱିକ ଚରାଗ ଯୋଡିର ସଫଳତା

 (ଓଡ଼ିଶା ସ୍ପୋର୍ଟ୍ସ ) : ଭାରତୀୟ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଖେଳାଳି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ୱ ସ୍ତରରେ ମାନ୍ୟତା ହାସଲ କରିଛନ୍ତି । ଏହି ଦୁଇ ଖେଳାଳି ପୁରୁଷ ଡବଲ୍ସରେ ୨ ଟି ସୋପାନ ଚଢି ୯ମ ସ୍ଥାନ ଅଧିକାର କରିଛନ୍ତି । ଉଭୟ ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିବା ସହ ସମକକ୍ଷରେ ରହିଛନ୍ତି । ନିକଟରେ ଏହି ଭାରତୀୟ ଯୋଡ଼ି ବିଡବ୍ଲ୍ୟୁଏଫ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଫାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ୧୮-୨୧, ୧୬-୨୧ ଗେମ୍‌ରେ ଇଣ୍ଡୋନେସିଆର ମାର୍କସ ଫର୍ନାଲ୍ଡି ରିଡେନ ଓ କେଭିନ ସୁକାମୁଲଜୋଙ୍କ ନିକଟରୁ ହାରିଯାଇଥିଲେ।

Related posts

ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ

ବ୍ୟାଡମିଣ୍ଟନ୍ ଖେଳାଳି ଏନ ସିକ୍କି ରେଡ୍ଡୀ ଏବଂ ଫିଜିଓ କିରଣ ସି କରୋନା ପଜିଟିଭ୍

Odisha Sports Bureau

କୋରିଆ ଓପନ ୨୦୧୯ର କ୍ୱାଟର ଫାଇନାଲରେ ପ୍ରବେଶ କଲେ କଶ୍ୟପ

Odisha Sports Bureau