Wrestling

ବାସନ୍ଦ ହେଲେ ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳି

(ଓଡ଼ିଶା ସ୍ପୋର୍ଟସ ): ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଏନେଇ ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ତାଙ୍କୁ ୪ବର୍ଷ ବାସନ୍ଦ କରିଛି। ରବି କୁମାରଙ୍କ ସହ ଅନ୍ୟ ୪ଜଣ ଖେଳାଳିଙ୍କୁ ମଧ୍ୟ ୪ବର୍ଷ ବାସନ୍ଦ କରାଯାଇଛି।

ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ୪ ବର୍ଷ ବାସନ୍ଦ କରିଛି ନାଡା। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍‌ ଥ୍ରୋର ଧ୍ରମରାଜ୍‌ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଓ ଭାରୋତ୍ତୋଳକ ଗୁରୁମିଲ୍‌ ସିଂହ।

ସୂଚନା ଅନୁସାରେ ୨୦୧୮ ମସିହାରେ କେ ରବିକୁମାର ସମସ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେ ନେଉଥିବା ପ୍ରୋଟିନକୁ ନେଇ କିଛି ସମସ୍ୟା ନଥିଲା । ୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ସାମଗ୍ରୀକୁ କଟକଣା ଭିତରକୁ ଅଣାଯାଇଥିଲା । ଫଳରେ ମୂତ୍ର ନମୂନା ପରୀକ୍ଷାରେ ଫସି ଯାଇଥିଲେ ରବି କୁମାର । ତେବେ ତାଙ୍କର ଅଜାଣତରେ ଏପରି ହୋଇଥିଲା ବୋଲି ସେ ନାଡାକୁ ଜଣାଇଛନ୍ତି । ଏହି ମାମଲା ଏବେ ବିଚାରାଧୀନ ରହିଛି । ରବି କୁମାର ଆଶା ରଖିଛନ୍ତି ତାଙ୍କର ଆବେଦନକୁ ନାଡା ଗ୍ରହଣ କରିବ

Related posts

ଆନ୍ଦୋଳଦରତ ସମୟରେ କୁସ୍ତିଯେଦ୍ଧାଙ୍କ ୱାର୍ମଅପ୍

Odisha Sports Bureau

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

Odisha Sports Bureau

ରେସଲର ଯୌନ ନିର୍ଯାତନା ମାମଲାରେ ନୋଟିସ

Odisha Sports Bureau