Football

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

(ଓଡ଼ିଶା ସ୍ପୋର୍ଡ଼ସ ): ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ ବୁଧବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନୂଆ ମୂହଁ ଭାବେ ଯୁବ ଗୋଲକିପର ମୋଇରାଙ୍ଗଥେମ୍‌ ଧୀରଜ ସିଂଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ଏହି ମ୍ୟାଚ୍‌ ଆସନ୍ତା ୧୪ରେ ନିରପେକ୍ଷ ଭେନ୍ୟୁ ତାଜିକସ୍ତାନର ରାଜଧାନୀ ଦୁଶାନବେରେ ଖେଳାଯିବ। ଏହାପରେ ଭାରତ ଏହାର ଦ୍ୱିତୀୟ-ଲେଗ୍‌ ମ୍ୟାଚ୍‌ରେ ଓମାନ ବିପକ୍ଷରେ ଖେଳିବ। ନଭେମ୍ବର ୧୯ରେ ମସ୍କଟଠାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ପୂର୍ବରୁ ସେପ୍ଟେମ୍ବର ୫ରେ ଘରୋଇ ମାଟିରେ ଖେଳାଯାଇଥିବା ଓମାନ ବିପକ୍ଷ ମ୍ୟାଚ୍‌କୁ ଭାରତ ୧-୨ ଗୋଲରେ ହାରିଯାଇଥିଲା। ଗତବର୍ଷ ଭାରତରେ ଖେଳାଯାଇଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ମ୍ୟାଚ୍‌ରେ ଧୀରଜଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବୀ ରହିଥିଲା। ଧୀରଜଙ୍କ ସମେତ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିବା ଭାରତୀୟ ଦଳର ଅଧିନାୟକ ଅମରଜିତ୍‌ ସିଂ ଓ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ମଧ୍ୟ ସିନିୟର ଦଳରେ ସୁଯୋଗ

Related posts

ଓଡ଼ିଶା ଦଳରେ ଯୋଡ଼ି ହେଲେ ଡାଭିଡ ଭିଲା

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

Odisha Sports Bureau

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌