Cricket

ଭାରତର ଇନିଂସ ବିଜୟ

(ଓଡିଶା ସ୍ପୋର୍ଡ଼ସ ): ଇନ୍ଦୋର ହୋଲକର ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରିଛି ଭାରତ । ମାତ୍ର ତିନି ଦିନରେ ଶେଷ ହୋଇଛି ପ୍ରଥମ ଟେଷ୍ଟ। ଏହି ବିଜୟ ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୬ ଓ୍ଵିକେଟରେ ୪୯୩ ରନ କରି ପାଳି ଘୋଷଣା କରିଥିଲା। ଦ୍ଵିତୀୟ ଇନିଂସରେ ବାଂଲାଦେଶ ବ୍ୟାଟସମ୍ୟାନ ଭାରତୀୟ ବୋଲିଂର ମୁକାବିଲା କରିନପାରି ୨୧୩ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୩ଟି ଓ୍ଵିକେଟ୍ ନେଇଥିବା ମହମ୍ମଦ ସାମି ଦ୍ଵିତୀୟ ଇନିଂସରେ ମଧ୍ୟ ୪ ଓ୍ଵିକେଟ୍ ଓ ରବି ଚନ୍ଦ୍ରନ ଅଶ୍ଵିନ ୩ ଓ୍ଵିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବାଂଲା ପକ୍ଷରୁ କେବଳ ମୁସଫିକର ରହିମ(୬୪)ଙ୍କୁ ବାଦ୍ ଦେଲେ ବାକି ସବୁ ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି କରିପାରିନଥିଲେ।
ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୬ ଓ୍ଵିକେଟ୍ ହରାଇ ୪୯୩ ରନରେ ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ବାଂଲାଦେଶଠୁ ୩୪୩ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ଏହାପରେ ତୃତୀୟ ଦିନରେ ଭାରତ ଭ୍ରମଣକାରୀ ଦଳକୁ ୬୯.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୧୩ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ସହିତ ଭାରତ ଇନ୍ଦୋର ଟେଷ୍ଟକୁ ୧୩୦ ରନରେ ଜିତି ନେଇଛି।

Related posts

ଇଏ ସେହି ଖେଳାଳୀ, ଯିଏ ବିରାଟ କୋହଲୀଙ୍କୁ ଆଉଟ୍ କରି ପୁରଷ୍କାର ହାତେଇ ଥିଲେ

Odisha Sports Bureau

କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ

Odisha Sports Bureau

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର