More Sports

ଆଇଏଏଏଫ୍ ନାମରେ ପରିବର୍ତ୍ତନ

(ଓଡ଼ିଶା ସ୍ପୋର୍ଟ): ଇଣ୍ଟରନ୍ୟାଶନାଲ୍ ଆସୋସିଏସନ୍ ଅଫ୍ ଆଥଲେଟିକ୍ସ ଫେଡେରେସନ୍ (ଆଇଏଏଏଫ୍) ନାଁରେ ପରିବର୍ତ୍ତନ । ଏବେ ଆଇଏଏଏଫ୍ ୱାର୍ଲ୍ଡ ଆଥଲେଟିକ୍ସ ନାଁରେ ସମ୍ବୋଧିତ କରାଯିବ। ଏହି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଗଭର୍ଣ୍ଣିଂ ବଡି କେବଳ ତା’ର ଟ୍ୱିଟର୍ ହ୍ୟାଣ୍ଡଲ୍ ନାଁ ପରିବର୍ତ୍ତନ କରିନାହିଁ, ବରଂ ତା’ର ଅଫିସିଆଲ୍ ୱେବସାଇଟର ୟୁଆରଏଲ୍ ମଧ୍ୟ ପରିବର୍ତ୍ତନ କରିଛି।

ୱେବସାଇଟରେ ଉଲ୍ଲେଖ ହୋଇଛି, ନୂଆ ୱାର୍ଲ୍ଡ ଆଥଲେଟିକ୍ସ ୱେବସାଇଟକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଏହା ଏଭଳି ଏକ ସ୍ଥାନ, ଯେଉଁଠାରେ ଆପଣଙ୍କୁ ସବୁ ଖେଳର ସୂଚନା ମିଳିଛି। ଆମେ ଆପଣଙ୍କ ପାଇଁ ଖେଳାଳି ଏବଂ ଖେଳର ନୂଆ ଫିଚର୍ସ ଆଣିବୁ। ଏହାବ୍ୟତୀତ ଖେଳ ସହ ଜଡ଼ିତ ସବୁ ତଥ୍ୟ ଖୋଜିବାରେ ସହଜ ମଧ୍ୟ ହେବ।

ସେହିପରି ୱାର୍ଲ୍ଡ ଆଥଲେଟିକ୍ସ ଲେଖିଛି ଯେ, ଏଠାରେ ଆପଣଙ୍କୁ ଖେଳକୁ ନେଇ ଜଡ଼ିତ ଖବର, ଏହାର ନିୟମ, ଐତିହାସିକ ରେକର୍ଡ ଏବଂ ଏଭଳି ଫିଚର୍ ମିଳିବ, ଯାହା ସମସ୍ତଙ୍କୁ ସକ୍ରିୟ ରହିବା ପାଇଁ ପ୍ରେରିତ କରିବ। ଆଗାମୀ ଦିନ ଗୁଡ଼ିକରେ ଆମେବ ଆହୁରି କଣ୍ଟେଟ୍ ଯୋଡ଼ିବୁ ଏବଂ ଏଥିରେ ସୁଧାର ମଧ୍ୟ ଆଣିବୁ।

Related posts

ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ଟିକେଟ

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau

ଏସିଆ ଖେଳର ଷ୍ଟାର ଏଥଲେଟିକ୍ ସୁଦ୍ଧାଙ୍କୁ ରେଳ ବିଭାଗରେ ପଦୋନ୍ନତୀ

Odisha Sports Bureau