Football

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

(ଓଡିଶା ସ୍ପୋର୍ଟସ): ବ୍ରାଜିଲରେ ମହିଳା ଫୁଟବଲ ଖେଳାଳୀମାନଙ୍କୁ ପୁରୁଷ ଖେଳାଳୀମାନଙ୍କ ତୁଳନାରେ କମ୍ ପାରିଶ୍ରମିକ ମିଳିବାରୁ ଅଲଗା ଢଙ୍ଗରେ ବିରୋଧ କରିଥିଲେ । ଏହି ଖେଳାଳୀମାନେ ଏକ ମ୍ୟାଚ୍ ସମୟରେ ଗୋଲ୍ ସ୍କେ୍ାରକୁ୨୦ ପ୍ରତିଶତ କମ୍ କରି ଦେଖାଇଥିଲେ । ସୂଚନାଅନୁସାରେ ମହିଳା ଖେଳାଳୀଙ୍କୁ ପୁରୁଷ ଖେଳାଳୀମାନଙ୍କ ତୁଳନାରେ ୨୦ ପ୍ରତିଶତ କମ୍ ପାରିଶ୍ରମିକ ମିଳୁଛି । ଏହି କଥା ଶନିବାରଦିନ ହୋଇଥିଲା ପାଔଲିଷ୍ଟ ଓମେନ୍ସ୍ ଚମ୍ପିଆନସିପର ଫାଇନାଲ୍ ମ୍ୟାଚରେ ହୋଇଥିଲା । ଏହି ମ୍ୟାଚରେ ସାଓ ପାଔଲୋସଙ୍କୁ କୋରିଥିୟଂସ ୩-୦ର ଅନ୍ତରରେ ପରାସ୍ତ କରିଥିଲେ । ଏହି ମ୍ୟାଚର ପ୍ରଥମ ଗୋଲ୍ ମ୍ୟାଚର ୫ମିନିଟରେ ଭିକ୍ଟୋରିଆ ଅବ୍ଲୁକର୍କ କରିଥିଲେ, ଯାହାକୁ ୨୦ ପ୍ରତିଶତ କମ୍ କରି ସ୍କୋର ବୋର୍ଡ ଉପରେ ୦.୮ ଦେଖା ଯାଇଥିଲା ।

ଏହାପରେ ଜୁଲିଏଟ୍ ଦ୍ୱିତୀୟ ଗୋଲ କରିଥିଲେ, ଯାହାପରେ ସ୍କୋର ୧.୬ ଦେଖାଯାଇଥିଲା, ସେହିପରି ତୃତୀୟ ଗୋଲ ପରେ ସ୍କୋର ୨.୪ ଦେଖାଯାଇଥିଲା । ଏହି ମ୍ୟାଚର ଗୋଟିଏ ଖାସ୍ କଥା ହେଉଛି କି ଏଠାରେ ୨୮,୮୬୩ ଦର୍ଶକ ଉପସ୍ଥିତ ଥିଲେ । ବ୍ରାଜିଲରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ଫୁଟବଲ ମ୍ୟାଚରେ ଏତେ ପରିମାଣରେ ଦର୍ଶକ ଆସି ନଥିଲେ ।

Related posts

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

Odisha Sports Bureau

ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍‌ରେ ବିଜୟୀ

୧୦୦ ଦିନ ପରେ ଇଂରାଜୀ ପ୍ରିମିୟର ଲିଗ୍ ପ୍ରତ୍ୟାବର୍ତ୍ତନ, ମଞ୍ଚେଷ୍ଟର ସିଟି ଆର୍ସେନାଲ୍ କୁ ୩–୦ରେ ପରାସ୍ତ କଲା