Football

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

(ଓଡିଶା ସ୍ପୋର୍ଟସ): ବ୍ରାଜିଲରେ ମହିଳା ଫୁଟବଲ ଖେଳାଳୀମାନଙ୍କୁ ପୁରୁଷ ଖେଳାଳୀମାନଙ୍କ ତୁଳନାରେ କମ୍ ପାରିଶ୍ରମିକ ମିଳିବାରୁ ଅଲଗା ଢଙ୍ଗରେ ବିରୋଧ କରିଥିଲେ । ଏହି ଖେଳାଳୀମାନେ ଏକ ମ୍ୟାଚ୍ ସମୟରେ ଗୋଲ୍ ସ୍କେ୍ାରକୁ୨୦ ପ୍ରତିଶତ କମ୍ କରି ଦେଖାଇଥିଲେ । ସୂଚନାଅନୁସାରେ ମହିଳା ଖେଳାଳୀଙ୍କୁ ପୁରୁଷ ଖେଳାଳୀମାନଙ୍କ ତୁଳନାରେ ୨୦ ପ୍ରତିଶତ କମ୍ ପାରିଶ୍ରମିକ ମିଳୁଛି । ଏହି କଥା ଶନିବାରଦିନ ହୋଇଥିଲା ପାଔଲିଷ୍ଟ ଓମେନ୍ସ୍ ଚମ୍ପିଆନସିପର ଫାଇନାଲ୍ ମ୍ୟାଚରେ ହୋଇଥିଲା । ଏହି ମ୍ୟାଚରେ ସାଓ ପାଔଲୋସଙ୍କୁ କୋରିଥିୟଂସ ୩-୦ର ଅନ୍ତରରେ ପରାସ୍ତ କରିଥିଲେ । ଏହି ମ୍ୟାଚର ପ୍ରଥମ ଗୋଲ୍ ମ୍ୟାଚର ୫ମିନିଟରେ ଭିକ୍ଟୋରିଆ ଅବ୍ଲୁକର୍କ କରିଥିଲେ, ଯାହାକୁ ୨୦ ପ୍ରତିଶତ କମ୍ କରି ସ୍କୋର ବୋର୍ଡ ଉପରେ ୦.୮ ଦେଖା ଯାଇଥିଲା ।

ଏହାପରେ ଜୁଲିଏଟ୍ ଦ୍ୱିତୀୟ ଗୋଲ କରିଥିଲେ, ଯାହାପରେ ସ୍କୋର ୧.୬ ଦେଖାଯାଇଥିଲା, ସେହିପରି ତୃତୀୟ ଗୋଲ ପରେ ସ୍କୋର ୨.୪ ଦେଖାଯାଇଥିଲା । ଏହି ମ୍ୟାଚର ଗୋଟିଏ ଖାସ୍ କଥା ହେଉଛି କି ଏଠାରେ ୨୮,୮୬୩ ଦର୍ଶକ ଉପସ୍ଥିତ ଥିଲେ । ବ୍ରାଜିଲରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ଫୁଟବଲ ମ୍ୟାଚରେ ଏତେ ପରିମାଣରେ ଦର୍ଶକ ଆସି ନଥିଲେ ।

Related posts

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau

ନବମ ବାର୍ଷିକ କୁଇକ୍ଲାମ୍ବୁ ଫୁଟବଲ ପ୍ରତିଯୋଗିତା ଫିରିଙ୍ଗିଆରେ ଉଦଘାଟନୀ ଉତ୍ସବ

Odisha Sports Bureau

ଚୀନରେ ମେସିଙ୍କୁ ଦେଖିବା ପାଇଁ ଟିକେଟର ଦାମ୍ ୨ ଲକ୍ଷ ଟଙ୍କା