More Sports

ଏସିଆ ତିରନ୍ଦାଜ ଚମ୍ପିଆନସିପ୍: ଭାରତୀୟ ତୀରନ୍ଦାଜି ଜିତିଲେ ବ୍ରୋଞ୍ଜ ପଦକ

(ଓଡିଶା ସ୍ପୋର୍ଟସ): ଅନ୍ତଃରାଷ୍ଟ୍ରୀୟ ତୀରନ୍ଧାଜୀ ସଙ୍ଘ ନିଲମ୍ବିତ ଭାରତୀୟ ତୀରନ୍ଦାଜ ଏଠାରେ ଏସିଆ ତୀରନ୍ଦାଜୀ ଚମ୍ପିଆନସିପ୍ରେ ମଙ୍ଗଳବାର ଦିନ ରିକର୍ବ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହିତ କମ୍ପାଉଣ୍ଡର ମିଶ୍ରିତ ଟୁର୍ଣ୍ଣାମେଣ୍ଟରେ କମସେ କମ୍ ବ୍ରୋଞ୍ଜ୍ ପଦକ ପକ୍କା କରିନେଇଛନ୍ତି । ଭର୍ତୀୟ ମହାସଂଘର ନିଲମ୍ବନ କାରଣରୁ ତଟସ୍ଥ ଧ୍ୱଜ ତଳେ ଭାଗ ନେଉଥିବା ଭାରତୀୟ ତୀରନ୍ଦାଜ ରିକର୍ବର ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅତନୁ ଦାସ ଏବଂ ଦୀପିକା କୁମାରୀ ଙ୍କ ମିଶ୍ର୍ରିତ ଭାରତୀୟ ଯୋଡି ଚୀନର ୟୀଚାଈ ଝେଙ୍ଗ୍ ଏବଂ ଶଔଜୁଆନ ଭେଇଙ୍କ ଯୋଡିକୁ ୬-୨ରେ ପରାସ୍ତ କରିଛନ୍ତି । କମ୍ପାଉଣ୍ଡ ବର୍ଗରେ ଅଭିଷେକ ବର୍ମା ଏବଂ ଜ୍ୟୋତି ସୁରେଖା ଭେନ୍ନରମଙ୍କ ଭାରତୀୟ ଯୋଡି କୋରିଆ ଯୋଡିଙ୍କୁ ୧୫୯-୧୫୪ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ବୁଧବାର ଦିନ ଖେଳାଯିବାକୁଥିବା ଫାଇନାଲରେ ଭାରତୀୟ ଯୋଡିଙ୍କ ସାମ୍ନା ଚୀନର ତାଇପେ ଯୋଡି ସହି୍ ହେବ । ଟିମର ମୁକାବିଲା ବେୁଧବାରଠାରୁ ଆରମ୍ଭ ହେବ । ଭାରତୀୟ ମହିଳା ତୀରନ୍ଦାଜ ଗୁରୁବାର ଦିନ କ୍ୱାଲିଫକେସନ ମ୍ୟାଚରେ ଅଲମ୍ପିକ୍ କୋଟା ହାସଲ କରିବାକୁ ଚେଷ୍ଟା କରିବେ ।

Related posts

ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

Odisha Sports Bureau