More Sports

ଏସିଆ ତିରନ୍ଦାଜ ଚମ୍ପିଆନସିପ୍: ଭାରତୀୟ ତୀରନ୍ଦାଜି ଜିତିଲେ ବ୍ରୋଞ୍ଜ ପଦକ

(ଓଡିଶା ସ୍ପୋର୍ଟସ): ଅନ୍ତଃରାଷ୍ଟ୍ରୀୟ ତୀରନ୍ଧାଜୀ ସଙ୍ଘ ନିଲମ୍ବିତ ଭାରତୀୟ ତୀରନ୍ଦାଜ ଏଠାରେ ଏସିଆ ତୀରନ୍ଦାଜୀ ଚମ୍ପିଆନସିପ୍ରେ ମଙ୍ଗଳବାର ଦିନ ରିକର୍ବ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହିତ କମ୍ପାଉଣ୍ଡର ମିଶ୍ରିତ ଟୁର୍ଣ୍ଣାମେଣ୍ଟରେ କମସେ କମ୍ ବ୍ରୋଞ୍ଜ୍ ପଦକ ପକ୍କା କରିନେଇଛନ୍ତି । ଭର୍ତୀୟ ମହାସଂଘର ନିଲମ୍ବନ କାରଣରୁ ତଟସ୍ଥ ଧ୍ୱଜ ତଳେ ଭାଗ ନେଉଥିବା ଭାରତୀୟ ତୀରନ୍ଦାଜ ରିକର୍ବର ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅତନୁ ଦାସ ଏବଂ ଦୀପିକା କୁମାରୀ ଙ୍କ ମିଶ୍ର୍ରିତ ଭାରତୀୟ ଯୋଡି ଚୀନର ୟୀଚାଈ ଝେଙ୍ଗ୍ ଏବଂ ଶଔଜୁଆନ ଭେଇଙ୍କ ଯୋଡିକୁ ୬-୨ରେ ପରାସ୍ତ କରିଛନ୍ତି । କମ୍ପାଉଣ୍ଡ ବର୍ଗରେ ଅଭିଷେକ ବର୍ମା ଏବଂ ଜ୍ୟୋତି ସୁରେଖା ଭେନ୍ନରମଙ୍କ ଭାରତୀୟ ଯୋଡି କୋରିଆ ଯୋଡିଙ୍କୁ ୧୫୯-୧୫୪ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ବୁଧବାର ଦିନ ଖେଳାଯିବାକୁଥିବା ଫାଇନାଲରେ ଭାରତୀୟ ଯୋଡିଙ୍କ ସାମ୍ନା ଚୀନର ତାଇପେ ଯୋଡି ସହି୍ ହେବ । ଟିମର ମୁକାବିଲା ବେୁଧବାରଠାରୁ ଆରମ୍ଭ ହେବ । ଭାରତୀୟ ମହିଳା ତୀରନ୍ଦାଜ ଗୁରୁବାର ଦିନ କ୍ୱାଲିଫକେସନ ମ୍ୟାଚରେ ଅଲମ୍ପିକ୍ କୋଟା ହାସଲ କରିବାକୁ ଚେଷ୍ଟା କରିବେ ।

Related posts

ଟୋକିଓରେ ୮୮ ଜଣିଆ ଭାରତୀୟ ଦଳ

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

Leave a Comment