Cricket

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ସିରିଜର ପ୍ରଥମ, ତୃତୀୟ ମ୍ୟାଚର ସ୍ଥାନ ପରିବର୍ତ୍ତନ

(ଓଡ଼ିଶା ସ୍ପୋର୍ଟସ): ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ସ୍ଥାନ ବଦଳିଯାଇଛି । ଏନେଇ ବିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ।
ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ ତୃତୀୟ ମ୍ୟାଚ୍ ହାଇଦ୍ରାବାଦରେ ଆୟୋଜିତ ହେବାର ଥିଲା। ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, “ଡିସେମ୍ବର ୬ ତାରିଖରେ ମୁମ୍ବାଇରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଛି। ସେହିପରି ୧୧ ତାରିଖରେ ହାଇଦ୍ରାବାଦରେ ହେବାକୁଥିବା ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର ହୋଇଛି। ତେବେ ସିରିଜର ବାକି ମ୍ୟାଚର କାର୍ୟ୍ୟସୂଚୀ ଅପରିବର୍ତ୍ତିତ ରହିଛି।”
ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ଭଙ୍ଗା ଏବଂ ବିଆର୍ ଆମ୍ବେଦକରଙ୍କ ‘ମହାପରିନିର୍ବାଣ ଦିବସ’ର ବାର୍ଷିକ ଉତ୍ସବ ଥିବାରୁ ଏହି ଦିନ ମ୍ୟାଚ୍ ପାଇଁ ମୁମ୍ବାଇ ପୁଲିସ୍ ପର୍ୟ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇପାରିବ ନାହିଁ ବୋଲି କହିଥିଲା। ଏହି କାରଣରୁ ମୁମ୍ବାଇରେ ମ୍ୟାଚ୍ ଆୟୋଜନ କରିବା ସମ୍ଭବପର ହେବନି ବୋଲି ବିସିସିଆଇ ସ୍ପଷ୍ଟ କରିଛି। ମୁମ୍ବାଇରେ ଶେଷଥର ପାଇଁ ୨୦୧୭ ଡିସେମ୍ବରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା।

Related posts

ଟି-୨୦ ବିଶ୍ଵକପ୍ ଖେଳିବନି ବାଂଲାଦେଶ, ରୋକଠକ୍ କରିଦେଲା ମନା

Odisha Sports Bureau

ରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲି

Odisha Sports Bureau

ୱାନଡେ ୱାର୍ଲ୍ଡ କପରେ ଦେଖିବାକୁ ମିଳିବେନି ଏହି ୩ ପ୍ରମୁଖ ଆନ୍ତର୍ଜାତୀୟ ଖେଳାଳି; ତାଲିକାରେ ଜଣେ ଭାରତୀୟ ଖେଳାଳି ମଧ୍ୟ ସାମିଲ

Odisha Sports Bureau