Cricket

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

(ଓଡ଼ିଶା ସ୍ପୋର୍ଟ):  ଓଡିଶାର ଭଂଜନଗର ଦୃଷ୍ଟିହୀନ କ୍ରିକେଟ୍ ଖେଳାଳି କାଳିଆ ପ୍ରଧାନ ଖେଳିବେ ଜାତୀୟ ଦଳରେ । ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସାମିଲ ହେବାକୁ ଡାକରା ପାଇଛନ୍ତି କାଳିଆ । ଏହାକୁ ନେଇ ସାରା ଅଂଚଳରେ ଖୁସି ଖେଳି ଯାଇଛି । ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପାଇଁ ଦୃଷ୍ଟିହୀନ କାଳିଆଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଇଛି ।

ଏବେ କାଳିଆ ସାଥୀ ଖେଳାଳିଙ୍କ ସହିତ ମିଶି ନିଜକୁ ଜାତୀୟ ସ୍ତରର ସିରିଜ ପାଇଁ ପ୍ରସ୍ତୁତ କରୁଛନ୍ତି । ୨୪ ବର୍ଷୀୟ କାଳିଆଙ୍କୁ ଦଳରେ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ଦିଆଯାଇଛି । ଏପରି ଡାକରା ପାଇବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କାଳିଆ । ୨୦୧୫ ମସିହାରୁ ତାଙ୍କର ବାପାଙ୍କ ପରଲୋକ ଘଟିଛି । ଏହା ପର ଠାରୁ ତାଙ୍କ ମାଆ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ଚଳାଉଛନ୍ତି । ଏପରି ଗରିବି ଭିତରେ କାଳିଆଙ୍କୁ ଜାତୀୟ ଦଳ ପାଇଁ ଡାକରା ଆସିବାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ସେ ଭାବିଛନ୍ତି ।

ନେପାଳ ବିପକ୍ଷ ଏହି ଶୃଙ୍ଖଳା ଯଥାକ୍ରମେ କାନପୁର ଓ ଡେରାଡୁନରେ ଖେଳାଯିବ। ଡିସେମ୍ବର ୨ରୁ ୪ ତାରିଖ ପର୍ୟ୍ୟନ୍ତ କାନୁପରରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଏବଂ ୬ରୁ ୮ ତାରିଖ ପର୍ୟ୍ୟନ୍ତ ଡେରାଡୁନରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଭାରତ ଉଭୟ ଫର୍ମାଟରେ ବର୍ତମାନ ବିଶ୍ବ ବିଜେତା ରହିଛି। ଭାରତୀୟ ଦଳ: ବିଷ୍ଣ ବି, ମାଧବାଲୁ, ନୀଲେଶ, ଶୋଭେନ୍ଦ୍ର ଭଣ୍ଡାରି, କାଳିଆ ପ୍ରଧାନ, ଅଜୟ କୁମାର ରେଡ୍ଡୀ, ଲୋକେଶ, ମହମ୍ମଦ ଇରଫାନ୍, ସୁନୀଲ ରମେଶ, ଏ ରବି, ଦୀପକ ମଲ୍ଲିକ, ରାହୁଲ ମାହାଲେ, ଲିଙ୍ଗରାଜ ରାଉତରା। ମହମ୍ମଦ ଫୈଜଲ (କେବଳ ଏକଦିବସୀୟ), ଭିନିତ୍ କୁମାର  (କେବଳ ଟି-୨୦ )।

Related posts

ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

Odisha Sports Bureau

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

Leave a Comment