Tennis

ପାକିସ୍ତାନକୁ ୪-୦ରେ ପରାସ୍ତ କରି ଡେଭିସ୍ କପ୍ ଜିତିଲା ଭାରତ

(ଓଡିଶା ସ୍ପୋର୍ଟସ): ଅନୁଭବି ଟେନିସ୍ ଷ୍ଟାର ଲିଆଣ୍ଡର ପେସ୍ ଶନିବାରଦିନ ଡେଭିସ୍ କପ୍ ରେ ନିଜର ରେକର୍ଡ ସୃଷ୍ଟିକରି ଜୀବନ ତେନ୍ଦୁଜୋଝୀଆନଙ୍କ ସହିତ ନିଜର ୪୪ତମ ଯୁଗଳ ମ୍ୟାଚ୍ ଜିତିଛନ୍ତି । ଏହା ସହିତ ଭାରତ ପାକିସ୍ତାନକୁ ୪-୦ରେ ପରାସ୍ତ କରି ୨୦୨୦କ୍ୱାଲିଫାଇରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଏବେ କ୍ୱାଲିଫାୟାରରେ ଭାରତର ଭେଟ କ୍ରୋଏସିଆ ସହିତ ହେବ ଏବଂ ଏହି ମୁକାବିଲା୬-୭ମାର୍ଚ୍ଚକୁ ଖେଳା ଯିବ । ପାକିସ୍ତାନର ମୋହମ୍ମଦ ସୋଏବ ଏବଂ ହୁଫେଜା ଅବ୍ଦୁଲା ରହମାନଙ୍କ ଯୋଡି ପେସ ଏବଂ ଜୀବନଙ୍କ ଆଗରେ ବେଶି ସମୟ ଛିଡା ହୋଇ ପାରିନଥିଲେ । ସେମାନେ ମାତ୍ର ୫୩ ମିନିଟରେ ୬-୧, ୬-୩ରେ ବିଜୟ ହାସଲ କରିଥିଲେ । ଗତବର୍ଷ ନିଜର ୪୩ତମ ଯୁଗୋଳ ମ୍ୟାଚ୍ ଜିତି ଡେଭିସ୍ କପ୍ ଇତିହାସରେ ସଫଳତମ ଖେଳାଳୀ ହୋଇଥିବା ପେସ୍ ଇଟାଲିର ନିକୋଲା ପି ଙ୍କୁ ପଛରେ ପକାଇଥିଲେ । ପେସ୍ ୫୬ତମ ମୁକାବିଲାରେ ୪୩ତମ ବିଜୟ ହାସଲ କରିଥିଲେ, ଯେତେବେଳେ କି ନିକୋଲା ୬୬ତମରୁ ୪୨ ମ୍ୟାଚ୍ ଜିତିଛନ୍ତି ।

Related posts

ଇଣ୍ଡିଆନ୍ ୱେଲ୍ସ: ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଲେ ଥିଏମ୍

Odisha Sports Bureau

ମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟ

Odisha Sports Bureau

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau