Cricket

ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା: କୋହଲି

(ଓଡ଼ିଶା ସ୍ପୋର୍ଟସ ): ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ପରିବର୍ତ୍ତେ ୪ ଦିନିଆ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଚାର କରୁଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ଟେଷ୍ଟ ମ୍ୟାଚ୍‌କୁ ୪ ଦିନିଆ କରାଯିବା ଫଳରେ ଏହାର ସ୍ବତନ୍ତ୍ରତା ଉପରେ ଆଞ୍ଚ ଆସିବ ବୋଲି କୋହଲି ମତ ଦେଇଛନ୍ତି।
ଆଉ କିଛିବର୍ଷ ପରେ ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ପରିବର୍ତ୍ତେ ୪ ଦିନିଆ ଭାବେ ଆୟୋଜନ କରିବାକୁ ଆଇସିସି ଚିନ୍ତା କରୁଛି। ଏହା ଫଳରେ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଅଧିକ ମ୍ୟାଚ୍‌ ଖେଳାଯିବାକୁ ସୁଯୋଗ ସୃଷ୍ଟି ହୋଇପାରିବ। ଏ ସଂପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଟେଷ୍ଟକୁ ଅଧିକ ଲୋକପ୍ରିୟ କରିବାକୁ ଏହାକୁ ଦିବାରାତ୍ର ଭାବେ ଆୟୋଜନ କରାଯାଉଛି। ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ ଫଳରେ ଅଧିକ ସଂଖ୍ୟକ ଦର୍ଶକ ଷ୍ଟାଡ଼ିୟମକୁ ଆସି ମ୍ୟାଚ୍‌ ଦେଖୁଛନ୍ତି। ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବୃଦ୍ଧି ପାଇଁ ଏଭଳି ଉଦ୍ୟମ ସ୍ବାଗତଯୋଗ୍ୟ। ତେବେ ଅଯଥାରେ ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି। ଯଦି ଆଇସିସି ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଆୟୋଜନକୁ ସ୍ବୀକୃତି ପ୍ରଦାନ କରେ ତେବେ ପରବର୍ତ୍ତୀ ସମୟରେ ହୁଏତ ଟେଷ୍ଟ ମ୍ୟାଚ୍‌କୁ ୩ ଦିନକୁ କମାଇ ଦେବାକୁ ଦାବି ଉଠିବାର ଆଶଙ୍କା ରହିଛି। ଏପରି ହେଲେ ଟେଷ୍ଟ କ୍ରିକେଟ୍ ନିଜ ଅସ୍ତିତ୍ବ ହରାଇବାର ଆଶଙ୍କା ରହିଥିବା କୋହଲି ମତ ଦେଇଛନ୍ତି। କିଛିଦିନ ତଳେ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଆୟୋଜନ ପ୍ରସ୍ତାବକୁ ଅଷ୍ଟ୍ରେଲିଆର ବରିଷ୍ଠ ବୋଲର ନାଥାନ୍‌ ଲାୟନ୍‌ ବିରୋଧ କରିଥିଲେ।

Related posts

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ICC ର ନୂଆନିୟମ

ଆଇପିଏଲରେ ଷ୍ରେଷ୍ଠ ୫ଟି ଲମ୍ବା ଛକା ମାରିଥିବା ଖେଳାଳି

Odisha Sports Bureau