More Sports

ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ: ବିଶ୍ୱନାଥନ ଆନନ୍ଦଙ୍କ ପ୍ରଥମ ବିଜୟ ହାସଲ

(ଓଡ଼ିଶା ସ୍ପୋର୍ଟସ ): ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେଫ୍ରି ଜିଅଙ୍ଗ୍‌ଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ଆନନ୍ଦ ଖେଳିସାରିଥିବା ୪ଟି ଗେମ୍‌ ମଧ୍ୟରୁ ୩ଟି ଡ୍ର ରଖିଥିବାବେଳେ ଗୋଟିଏରେ ପରାଜିତ ହୋଇଛନ୍ତି। ଶୁକ୍ରବାର ବିଜୟ ଦ୍ୱାରା ଆନନ୍ଦ ୨.୫ ପଏଣ୍ଟ ସହ ମିଳିତ ୬ଷ୍ଠ ସ୍ଥାନରେ ଅଛନ୍ତି। ଫିରୋଜା ଆଲିରେଜା ନେଦରଲାଣ୍ଡ୍ସର ଆନିଶ ଗିରିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ଇରାନର ଏହି ଖେଳାଳି ଅଳ୍ପ କେତେଦିନ ହେଲା ଫିଡେ ଅଧୀନରେ ଖେଳୁଛନ୍ତି। ବର୍ତ୍ତମାନ ସେ ୩.୫ ପଏଣ୍ଟ ଅର୍ଜନ କରି ଯୁକ୍ତରାଷ୍ଟ୍ର ଆମେରିକାର ଓ୍ବେସ୍‌ଲେ ସୋ’ଙ୍କ ସହିତ ମିଳିତ ଅଗ୍ରଣୀ ଲାଭ କରିଛନ୍ତି। ଉଭୟେ ସେମାନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଷିଆର ଭ୍ଲାଡିସ୍ଲାଭ ଆର୍ଟେମିଭ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଫାବିଆନୋ କାରୁଆନା ଏବଂ ନେଦରଲାଣ୍ଡର ଜୋର୍ଡେନ ଭାନ୍‌ ଫୋରିଷ୍ଟଙ୍କଠାରୁ ମାତ୍ର ଅଧା ପଏଣ୍ଟ ଆଗରେ ରହିଛନ୍ତି। ଏହା ପଛକୁ ପ୍ରତ୍ୟେକ ୨.୫ ପଏଣ୍ଟ ସହ ଆନନ୍ଦ, ବିଶ୍ୱ ଚାମ୍ପିୟନ ନରଓ୍ବେର ମାଗ୍ନେସ କାର୍ଲସେନ୍‌, ପୋଲାଣ୍ଡର ଜାନ୍‌-କ୍ରିଜଫ୍‌ ଡୁଡା, ରୁଷିଆର ଡୁବୋଭ ଡାନିଲ ଏବଂ ଜିଅଙ୍ଗ ରହିଛନ୍ତି। ପରାଜୟ ଦ୍ୱାରା ଆନିଶ ଗିରି ୨ ପଏଣ୍ଟ ସହ ୧୧ତମ ସ୍ଥାନକୁ ଖସି ଆସିଛନ୍ତି। ରୁଷିଆର ନିକିତା ଭଟ୍ବିଗୋଭ୍‌ ମଧ୍ୟ ସମାନ ପଏଣ୍ଟ ସହ ଏହି ସ୍ଥାନରେ ଅଛନ୍ତି। ଚାଇନାର ୟୁ ୟାନଗି ୧.୫ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଥିବାବେଳେ କୋଭାଲେଭ୍‌ ମାତ୍ର ଏକ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ସ୍ଥାନରେ ଅଛନ୍ତି। ୧୪ଜଣ ଖେଳାଳିଙ୍କୁ ନେଇ ଏହି ମାରାଥନ ଇଭେଣ୍ଟର ଆହୁରି ୮ ରାଉଣ୍ଡ ଖେଳ ବାକିି ରହିଛି।

Related posts

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

Odisha Sports Bureau

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ୱାଲର୍ଡ ଆଥଲେଟିକ୍ ଚମ୍ପିଆନସିପ୍ରେ ସପ୍ତମ ସ୍ଥାନରେ ରହିଲା ଭାରତୀୟ ରିଲେ ଟିମ୍

Odisha Sports Bureau