Tennis

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

( ଓଡିଶା ସ୍ପୋର୍ଟସ): ଭାରତର ଶୀର୍ଷ ଟେନିସ୍ ଖେଳାଳୀ ପ୍ରଜନେଶ ଗୁଣେଶ୍ୱରନଙ୍କ ଭାଗ୍ୟ ଏଥର ତାଙ୍କ ସାଥ ଦେଇନାହିଁ, ସେ ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ହିଁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟର ମୁକାବିଲାରେ ତାଙ୍କୁ ଜାପାନର ତତସୁମା ଇଟୋଙ୍କ ଠାରୁ ୪-୬, ୨-୬, ୫-୭ରେ ପରାଜୟରସାମ୍ନା କରିବାକୁ ପଡିଛି । ୧୨୨ତମ ର୍ୟାଙ୍କରେ ଥିବା ବାମ ହାତି ଭାରତୀୟ ଖେଳାଳି ପ୍ରଜନେସ୍ ସମ୍ପୂର୍ଣ୍ଣ ମ୍ୟାଚରେ ନିଜ ଲୟରେ ଦେଖାଯାଇନଥିଲେ ଏବଂ ୧୪୫ତମ ର୍ୟାଙ୍କିଙ୍ଗ୍ ଥିବା ଇଟୋଙ୍କୁ କଡା ଟକ୍କର ଦେଇନପାରି ସିଧା ସେଟରେ ପରାସ୍ତ ହୋଇଥିଲେ । ଏବେ ୱାଇଲ୍ଡ୍ କାର୍ଡ ଏଣ୍ଟ୍ରିରେ ସ୍ଥାନ ପାଇଥିବା ତତସୁମା ଇଟୋଙ୍କ ମୁକାବିଲା ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରେଷ୍ଠ ଖେଳାଳି ନୋଭାକୋ ଜୋକୋଭିଚଙ୍କ ସହିତ ହେବ ।

ଏହା ପୂର୍ବରୁ ପ୍ରଜନେସ୍ ଲକି ଲୁଜରଙ୍କ ଭଳି ଗ୍ରାଣ୍ଡ ସ୍ଲାମର ମୁଖ୍ୟ ଡ୍ର ରେ କ୍ୱାଲିଫାଇ କରିଥିଲେ ଏବଂ ଏହ ପଞ୍ଚମ ଥର ଥିଲା, ଯେତେବେଳେ ସେ କୌଣସି ଗ୍ରାଣ୍ଡ ସ୍ଲାମ୍ ର ମୁଖ୍ୟ ଡ୍ର ପାଇଁ ସ୍ଥାନ ସୁରକ୍ଷିତ କରିଥିଲେ । ପ୍ରଜନେଶଙ୍କ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ସହିତ ଏକକ ବର୍ଗରେ ଭାରତୀୟ ଖେଳାଳୀଙ୍କ ସଫର ଶେଷ ହୋଇଯାଇଛି ।

Related posts

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

Odisha Sports Bureau

ITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

Odisha Sports Bureau