Cricket

ବୟସ ଜାଲିଆତି ମାମଲାରେ ୨ଓଡ଼ିଆ ଖେଳାଳୀଙ୍କୁ ବ୍ୟାନ

(ଓଡ଼ିଶା ସ୍ପୋର୍ଟସ ): ପୁଣି ଥରେ ବୟସ ଜାଲିଆତି ମାମଲାରେ ଛନ୍ଦି ହୋଇଛି ଓଡ଼ିଶା । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ) ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ବୟସ ଜାଲିଆତି କରିବା ଅଭିଯୋଗରେ ୨ ବର୍ଷ ଲାଗି ବାସନ୍ଦ କରିଛି।
କ୍ରିକେଟର୍ ସୋମେନ୍ ଚାନ୍ଦ ଓ ବିଶ୍ବଜିତ୍ ମଲ୍ଳିକ୍ ବୟସ ଜାଲିଆତି କରିଥିବା ଜଣାପଡ଼ିବା ପରେ ବିସିସିଆଇ ୨ ବର୍ଷ ପାଇଁ ସେମାନଙ୍କ ଘରୋଇ ମ୍ୟାଚ୍ ଖେଳିବା ଉପରେ ବ୍ୟାନ୍ ଲଗାଇଛି। ୨୩ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ୍ରେ ଖେଳିବା ଲାଗି ସେମାନେ ନିଜ ବୟସ କମ୍ ଦର୍ଶାଇଥିବା ସୂଚନା ରହିଛି।
ଏହି ଦୁଇ ଖେଳାଳିଙ୍କୁ ଏବେ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ବାରଣ କରାଯାଇଛି। ରାଜ୍ୟର ୨୩ ବର୍ଷରୁ କମ୍ କ୍ରିକେଟ୍ ଦଳରୁ ଏହି ଦୁଇ ଖେଳାଳିଙ୍କୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ସେ ଦୁହେଁ ଏକ ଟୁର୍ଣ୍ଣାମେଣ୍ଟ୍ ଖେଳିବା ପାଇଁ କୋଲକାତା ଯାଇଛନ୍ତି।
ଗତବର୍ଷ ନଭେମ୍ବର ମାସରେ ନକଲି ବୟସ ସାର୍ଟିଫିକେଟ୍ ଦେଇଥିବା କାରଣରୁ ବିସିସିଆଇ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲାଇଙ୍କ ଉପରେ ବ୍ୟାନ୍ ଲଗାଇଥିଲା।

Related posts

ଅଷ୍ଟ୍ରେଲିଆର ଚମତ୍କାର ବ୍ୟାଟିଂ, ୩୧୫ରନର ବିଜୟ ଲକ୍ଷ୍ୟ

ICC ରାଙ୍କିଙ୍ଗରେ ଶେଷ ହୋଇଛି ରୋହିତ ଶର୍ମାଙ୍କ ପ୍ରାଧାନ୍ୟ…

Odisha Sports Bureau

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

Odisha Sports Bureau