Tennis

ଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡି

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ମହିଳା ଯୁଗୋଳ ଟାଇଟଲ୍ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋବିଚ୍ ଏବଂ ହଙ୍ଗେରୀର ଟିମିୟା ବାବୋସଙ୍କ ଯୋଡି ନିଜ ନାମରେ କରିନେଇଛନ୍ତି । ଦ୍ୱିତୀୟଥର ପାଇଁ ଏହି ଯୋଡି ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ହାସଲ କରିଛି । କ୍ରିଷ୍ଟିନା ଏବଂ ବାବୋସଙ୍କ ଯୋଡି ଡବଲସ୍ ମୁକାବିଲାରେ ଚୀନୀ ତାଇପେଇର ସୁ-ଭେଇ ଶିଏ ଏବଂ ଚେକ୍ ରିପବ୍ଲିକ୍ର ବାରବୋରା ଷ୍ଟ୍ରିକୋଭାଙ୍କୁ ୬-୨, ୬-୧ରେ ପରାସ୍ତ କରିଛନ୍ତି । ୧ଘଣ୍ଟା ୧୨ମିନିଟ୍ ପର୍ଯ୍ୟନ୍ତ ଏହି ମୁକାବିଲା ଚାଲିଥିଲା । ଏହା ପୂର୍ବରୁ ଏହି ଯୋଡି ୨୦୧୮ ମସିହାରେ ଏହି ଟାଇଟଲ୍ ହାସଲ କରିଥିଲେ । ୨୦୧୯ ମସିହାରେ ଏହି ଯୋଡି ୱିମ୍ବଲଣ୍ଡନ୍ ଟାଇଟଲ୍ ମଧ୍ୟ ନିଜ ନାମରେ କରିଥିଲେ ।

Related posts

ଓଟିଏ ଚାମ୍ପିଅନ୍ସିପ ସିରିଜ୍ରେ ସୋହିନୀଙ୍କୁ ଦ୍ୱିମୁକୁଟ

କ୍ୟାରିୟରର ୧୫୦୦ ତମ ମ୍ୟାଚ ଖେଳିଲେ ଏହି ଖେଳାଳି

Odisha Sports Bureau

ମାରିଆ ଶାରାପୋଭ: ୭୦୦ ଡଲାରରୁ ଏଭଳି ଛିଡା କରାଇଥିଲେ କରୋଡର ସାମ୍ରାଜ୍ୟ

Odisha Sports Bureau