More Sports

୬ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମୁଷ୍ଟିଯୋଦ୍ଧା

(ଓଡିଶା ସ୍ପୋର୍ଟସ): ଭାରତୀୟ ଜୁନିୟର ଏବଂ ଯୁବ ମୁଷ୍ଟିଯୋଦ୍ଧା ସ୍ୱିଡେନର ବୋରାସରେ ଆୟୋଜିତ ଗୋଲ୍ଡେନ୍ ଗର୍ଲ ଚମ୍ପିଆନସିପରେ ୬ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ହରିଆଣାର ପ୍ରାଚି ଧନକର(୫୦ କିଗ୍ରା) ବେଷ୍ଟ ବକ୍ସର ଆୱାର୍ଡ ଜିତିଛନ୍ତି । ପ୍ରାଚିଙ୍କ ବ୍ୟତୀତ ଇଥୋଇବି(୫୪ କିଗ୍ରା), ଲାସହୁ ଯାଦବ(୬୬ କିଗ୍ରା) ଏବଂ ମାହୀ ରାଘବ (୮୦ କିଗ୍ରା) ବେଷ୍ଟ୍ ବକ୍ସର ଆୱାର୍ଡ ଜିତିଛନ୍ତି । ସେପଟେ, ଯୁବ କାଟାଗୋରିରେ ମୁସ୍କାନ(୫୪ କିଗ୍ରା), ସାନିଆ ନେଗି (୫୭ କିଗ୍ରା), ଦୀପିକା (୬୪ କିଗ୍ରା), ମୁସ୍କାନ (୬୯ କିଗ୍ରା) ଏବଂ ସାକ୍ଷୀ ଜହଦାଲେ(୭୫ କିଗ୍ରା) ରୌପ୍ୟ ପଦକ ଜିତିଛନ୍ତି ।

ଜୁନିଅର କାଟାଗୋରିରେ ଜାହ୍ନବୀ ଚୁରୀ(୪୬ କିଗ୍ରା), ରୁଡି(୬୬ କିଗ୍ରା) ଏବଂ ତନିଷ୍କା(୮୦ କିଗ୍ରା)ରୌପ୍ୟ, ଦିୟା ନେଗି ୬୦କିଗ୍ରାରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Related posts

 ଜୋହାନ୍ସ ୱେଟର୍ ବିଶ୍ୱ ରେକର୍ଡରୁ ବଞ୍ଚିତ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି

Odisha Sports Bureau

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau