More Sports

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

(ଓଡ଼ିଶା ସ୍ପୋର୍ଟ): ଆସନ୍ତା ମାର୍ଚ୍ଚ ୨୯ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ-୧୩ର ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍। ସେହି ଦିନ ୨ଟି ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ମେ’ ମାସ ୧୭ ତାରିଖରେ ଖେଳାଯିବା ଅଛି । ଏଥର ଆଇପିଏଲର ଶନିବାର ଦୁଇଟି ମ୍ୟାଚ ରହିବ ନାହିଁ। କେବଳ ରବିବାର ଦୁଇଟି ମ୍ୟାଚ୍ ରହିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉଭୟ ଶନିବାର ଓ ରବିବାର ଦିନ ଦିନ ୪ଟା ଓ ରାତି ୮ଟାରେ ମ୍ୟାଚ୍ ରହୁଥିଲା। ଏବେ କେବଳ ରବିବାର ଦିନ ୪ଟା ବେଳେ ମ୍ୟାଚ୍ ଖେଳାଯିବ। ଏହାବ୍ୟତୀତ ଅନ୍ୟ ସମସ୍ତ ମ୍ୟାଚ୍ ରାତି ୮ଟାରେ ଖେଳାଯିବ।
ଏହାରି ମଧ୍ୟରେ ଆଇପିଏଲର ଟିମ ସନରାଇଜର୍ସ ହାଇଦ୍ରାବାଦର ଆଇପିଏଲ-୧୩ର ପୂରା ସୂଚୀ ଜାରି କରିଛି ।
ଶନିବାର ଟିମ କହିଛି ଯେ, ନିଜର ପ୍ରଥମ ମ୍ୟାଚ ଏପ୍ରିଲ ୧ ତାରିଖରେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସନରାଇଜର୍ସ ଟିମ ୧୪ଟି ମ୍ୟାଚ ଖେଳିବ । ନିଜର ଶେଷ ଗ୍ରୁପ ମ୍ୟାଚ କୋଲକତାରେ ନାଇଟ ରାଇଡର୍ସ ବିପକ୍ଷରେ ଇଡେନ ଗାର୍ଡେନରେ ଖେଳିବ । ଟିମର ଟୁଇଟର ସାଇଟରେ ଏହା ସୂଚନା ଦିଆଯାଇଛି । କିନ୍ତୁ ଆଇପିଏଲ ତରଫରୁ ସୂଚୀ ଜାରି କରାଯାଇ ନାହିଁ ।

Related posts

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

ଏସୀୟ ଯୁବ ବକ୍ସିଂ ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ

Odisha Sports Bureau

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

Odisha Sports Bureau