More Sports

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

(ଓଡ଼ିଶା ସ୍ପୋର୍ଟ): ଆସନ୍ତା ମାର୍ଚ୍ଚ ୨୯ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ-୧୩ର ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍। ସେହି ଦିନ ୨ଟି ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ମେ’ ମାସ ୧୭ ତାରିଖରେ ଖେଳାଯିବା ଅଛି । ଏଥର ଆଇପିଏଲର ଶନିବାର ଦୁଇଟି ମ୍ୟାଚ ରହିବ ନାହିଁ। କେବଳ ରବିବାର ଦୁଇଟି ମ୍ୟାଚ୍ ରହିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉଭୟ ଶନିବାର ଓ ରବିବାର ଦିନ ଦିନ ୪ଟା ଓ ରାତି ୮ଟାରେ ମ୍ୟାଚ୍ ରହୁଥିଲା। ଏବେ କେବଳ ରବିବାର ଦିନ ୪ଟା ବେଳେ ମ୍ୟାଚ୍ ଖେଳାଯିବ। ଏହାବ୍ୟତୀତ ଅନ୍ୟ ସମସ୍ତ ମ୍ୟାଚ୍ ରାତି ୮ଟାରେ ଖେଳାଯିବ।
ଏହାରି ମଧ୍ୟରେ ଆଇପିଏଲର ଟିମ ସନରାଇଜର୍ସ ହାଇଦ୍ରାବାଦର ଆଇପିଏଲ-୧୩ର ପୂରା ସୂଚୀ ଜାରି କରିଛି ।
ଶନିବାର ଟିମ କହିଛି ଯେ, ନିଜର ପ୍ରଥମ ମ୍ୟାଚ ଏପ୍ରିଲ ୧ ତାରିଖରେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସନରାଇଜର୍ସ ଟିମ ୧୪ଟି ମ୍ୟାଚ ଖେଳିବ । ନିଜର ଶେଷ ଗ୍ରୁପ ମ୍ୟାଚ କୋଲକତାରେ ନାଇଟ ରାଇଡର୍ସ ବିପକ୍ଷରେ ଇଡେନ ଗାର୍ଡେନରେ ଖେଳିବ । ଟିମର ଟୁଇଟର ସାଇଟରେ ଏହା ସୂଚନା ଦିଆଯାଇଛି । କିନ୍ତୁ ଆଇପିଏଲ ତରଫରୁ ସୂଚୀ ଜାରି କରାଯାଇ ନାହିଁ ।

Related posts

ରୌପ୍ୟ ପଦକ ହାସଲ କଲେ ନୀରଜ ଚୋପ୍ରା

Odisha Sports Bureau

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍