Cricket

ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

(ଓଡିଶାସ୍ପୋର୍ଟସ ): ଆଉ କ୍ରିକେଟରେ ଦେଖିବାକୁ ମିଳିବନି ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କ କମାଲ । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ଆଜି ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖି କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ସମସ୍ତ ଫର୍ମାଟ୍‌ରୁ ପଜ୍ଞାନ ଓଝାର ଅବସର ନେଇଛନ୍ତି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପଜ୍ଞାନ ହାଇଦ୍ରାବାଦ୍‌କୁ ପ୍ରତିନିଧିତ୍ଵ କରିଆସୁଥିଲେ। ୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିଲେ । ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌ ପାଇଁ ୧୪ ବର୍ଷ ଖେଳିଥିଲେ। ସେ ୨୪ ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ୍‌, ୧୮ଟି ଦିନିକିଆରେ ୨୧ଟି ଓ୍ୱିକେଟ୍‌ ନେଇଥିଲେଏ।୯୨ଟି ଆଇପିଏଲ ଖେଳି ୮୯ ୱିକେଟ୍ ହାସଲ କରିଥିଲେ ପ୍ରଜ୍ଞାନ ।

Related posts

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau

ଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ

Odisha Sports Bureau