More Sports

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

(ଓଡିଶା ସ୍ପୋର୍ଟସ): ଏସିଆ ଅଲମ୍ପିକ୍ କ୍ୱାଲିଫାଇରେ ଭାଗନେଇ ଜାର୍ଡନରୁ ଫେରୁଥିବା ଭାରତୀୟ ମୁଷ୍ଟିଯୋଦ୍ଧା ଟିମ୍କୁ କୋବିଡ-୧୯ର ବିପଦ ଦୃଷ୍ଟିରୁ ଘରେ ଅଲଗା ରହିବାକୁ କୁହାଯିବ, ଅବଶ୍ୟ ଟିମର ସମସ୍ତ ସଦଶ୍ୟଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜରୁରୀ ମଞ୍ଜୁରୀ ମିଳିଯାଇଛି । ଭାରତୀୟ ମୁଷ୍ଟିଯୋଦ୍ଧା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଇଟାଲିରେ ଟ୍ରେନିଙ୍ଗ କରୁଥିଲେ, ଯାହା କୋରୋନା ଭାଇର୍ରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଗୋଟିଏ । ସେ ଫେବୃଆରୀ ୨୭ରୁ ଆସିସୀରୁ ଉମ୍ମାନ ପହଞ୍ଚିଥିଲେ ଏବଂ ତାଙ୍କୁ ଅନିର୍ବାଜ୍ୟ ସ୍କ୍ରିନି୍ଙ୍ଗ୍ ପରେ ହିଁ ଭାଗ ନେବାରେ ମଞ୍ଜୁରୀ ମିଳିଥିଲା । ଭାରତୀୟ ମୁଷ୍ଟିଯୋଦ୍ଧା ମହାସଂଘ(ବିଏଫଆଇ)ଏହି ସୂଚନା ଦେଇଛନ୍ତି । ବୁଧବାରଦିନ ୧୩ ଜଣ ମୁଷ୍ଟିଯୋଦ୍ଧା ଏବଂ ଏତିକି ସଂଖ୍ୟାରେ କୋଚିଙ୍ଗ୍ ଷ୍ଟାଫ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଯୋଡର୍ନର ଉମ୍ମାନରେ ବୁଧବାରଦିନ ସମାପ୍ତ ହୋଇଥିବା କ୍ୱାଲିଫାଇରେ ଭାରତୀୟ ମୁଷ୍ଟିଯୋଦ୍ଧା ରେକର୍ଡ ୯ଟି ଅଲମ୍ପିକ କୋଟା ହାସଲ କରିଛନ୍ତି । ବିଏଫଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର କେ ଚଜିନ୍ କହିଛନ୍ତି, ‘ତାଙ୍କୁ କିଛି ଦିନ ନିଜ ଘର କିମ୍ବା ହଷ୍ଟେଲରେ ଅଲଗା ରହିବାକୁ କୁହାଯିବ । ଅବଶ୍ୟ ଜାର୍ଡନ ଅଲମ୍ପିକ୍ ସଂଘ ଠାରୁ ତାଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସଂମ୍ବଧିତ ମଞ୍ଜୁରୀ ମିଳି ଯାଇଛି । ଯୋର୍ଡନରେ ଏବେ ସୁଦ୍ଧା ଗୋଟିଏ ପଜେଟିଭ୍ ମାମଲା ସାମ୍ନାକୁ ଆସିଛି ।

Related posts

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍

ପାଞ୍ଚଟି ଅଲିମ୍ପିକ୍ ରିଙ୍ଗର ମୂଳ ଚିତ୍ର ୧.୬୨ କୋଟିରେ ବିକ୍ରି

Odisha Sports Bureau

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau