Tennis

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସ୍ଥଗିତ

(ଓଡ଼ିଶା ସ୍ପୋର୍ଟ): କରୋନା କବଳରେ ସାରା ବିଶ୍ୱ । କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ସମଗ୍ର ଖେଳଜଗତ ଠପ୍ ହୋଇଯାଇଛି। ଆପିଏଲ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ସବୁକିଛି ନିର୍ଦ୍ଧାରିତ ତାରିଖ ଠାରୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଫ୍ରେଞ୍ଚ୍ ଓପନ୍ ଚଳିତ ବର୍ଷ ମେ’ ୨୪ରୁ ଜୁନ୍ ୭ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏବେ ଏହି ଓପନ୍ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ।
ଫ୍ରେଞ୍ଚ ଟେନିସ୍ ଫେଡେରେସନ୍ ପକ୍ଷରୁ କୁହାଯାଇଛି ଯେ ଏଭଳି ସ୍ଥିତିରେ ମେ’ ମାସରେ ଫ୍ରେଞ୍ଚ୍ ଓପନ୍ କରାଇବା ଅସମ୍ଭବ। ଆମ ପାଖରେ ସେପ୍ଟେମ୍ବର ପର୍ୟ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଟାଳିବା ଛଡ଼ା ଆଉ କୌଣସି ବିକଳ୍ପ ନଥିଲା।
ଏ ନେଇ ଏଫଏଫଟି ପକ୍ଷରୁ କୁହାଯାଇଛି ଯେ ଏହା କଠିନ, କିନ୍ତୁ ସାହସିକ ନିଷ୍ପତ୍ତି। ଗତ ସପ୍ତାହେ ହେବ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଆମେ ସମସ୍ତଙ୍କୁ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। ଟୁର୍ଣ୍ଣାମେଣ୍ଟ ପାଇଁ ଯେଉଁ ସବୁ ଟିକେଟ୍ ବିକ୍ରି ହୋଇଛି, ସେସବୁର ଅର୍ଥ ଦର୍ଶକଙ୍କୁ ଫେରସ୍ତ ହେବ।

କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ସମଗ୍ର ଖେଳଜଗତ ଠପ୍ ହୋଇଯାଇଛି। ଆପିଏଲ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ସବୁକିଛି ନିର୍ଦ୍ଧାରିତ ତାରିଖ ଠାରୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ୟ୍ୟନ୍ତ କରିବା ଲାଗି ଚାମ୍ପିୟନଶପ୍ରି ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି କାର୍ୟ୍ୟକୁ ଆଗେଇନେବା ସହଜ ନୁହେଁ ବୋଲି ସେମାନେ ସଫେଇ ଦେଇଛନ୍ତି। ୟୁ.ଏସ୍. ଓପନ ଯଦି ନିର୍ଦ୍ଧାରିତ ସମୟରେ ଖେଳାଯାଏ ତେବେ ନୂଆ କାର୍ୟ୍ୟସୂଚୀ ଅନୁସାରେ ଫ୍ରେଞ୍ଚ ଓପନ୍ ଏହାର ଏକ ସପ୍ତାହ ପରେ ଏହା ଅନୁଷ୍ଠିତ ହେବ। ଚଳିତବର୍ଷ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିବାରୁ ଖେଳପ୍ରେମୀ ନିରାଶ ହୋଇଛନ୍ତି।

Related posts

ୟୁଏସ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରିଲେ ଅଷ୍ଟାପେଙ୍କୋ

Odisha Sports Bureau

ଟେନିସ ଜଗତରୁ ସନ୍ୟାସ ନେଲେ ଆସଲା ବାର୍ଟି

Odisha Sports Bureau

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

Odisha Sports Bureau