More Sports

ଏଫଆଇଏଚ୍ ପ୍ରୋ ଲିଗ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ ମହାମାରୀ କରୋନା । ତେବେ କରୋନାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ପ୍ରୋ ଲିଗକୁ ଏବେ ମେ’ ୧୭ ତାରିଖ ପର୍ୟ୍ୟନ୍ତ ସ୍ଥଗିତ କରିଦେଇଛି। ଏଥିରେ ଭାରତର ମ୍ୟାଚ ମଧ୍ୟ ସାମିଲ୍ ଅଛି। ଏଫଆଇଏଚ୍ ଗତ ଶନିବାର ପ୍ରୋ ଲିଗର ସବୁ ମ୍ୟାଚକୁ ଏପ୍ରିଲ୍ ୧୫ ତାରିଖ ପର୍ୟ୍ୟନ୍ତ ସ୍ଥଗିତ କରିଥିଲା। କିନ୍ତୁ ଏବେ ଏହାକୁ ଆହୁରି ମାସେ ଘୁଞ୍ଚାଇ ଦିଆଯାଇଛି।
ଏ ନେଇ ଏଫଆଇଏଚ୍ ପକ୍ଷରୁ କୁହାଯାଇଛି, କୋଭିଡ୍-୧୯ ମହାମାରୀର ତାଜା ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆମେ ହକି ପ୍ରୋ ଲିଗକୁ ସ୍ଥଗିତ କରିବାର ସମୟସୀମାକୁ ମେ’ ୧୭ ତାରିଖ ପର୍ୟ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ। ଭାରତୀୟ ପୁରୁଷ ଟିମକୁ ଏପ୍ରିଲ୍ ୨୫ ଓ ୨୬ ତାରିଖରେ ଜର୍ମାନୀ ବିପକ୍ଷରେ ବର୍ଲିନରେ ଦୁଇଟି ମ୍ୟାଚ୍ ଖେଳିବାର ଥିଲା। ଏହା ପରେ ଭାରତ ମେ’ ୨୩ ଓ ୨୪ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଆୟୋଜନ କରିବ ଏବଂ ଜୁନ୍ ୫ ଓ ୬ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ।
ଭାରତ ଏଫଆଇଏଚ୍ ପ୍ରୋ ଲିଗରେ ତା’ର ଅନ୍ତିମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଖେଳିବ, ଯାହା ଭାଲେନ୍ସିଆରେ ଜୁନ୍ ୧୩ ଓ ୧୪ ତାରିଖରେ ଆୟୋଜିତ ହେବ। ନ୍ୟୁଜିଲ୍ୟାଣ୍ଡ୍ ଓ ଅଷ୍ଟ୍ରେଲିଆ ଟିମ୍ ତା’ର ପରବର୍ତ୍ତୀ ମ୍ୟାଚ୍ ପାଇଁ ୟୁରୋପ୍ ଗସ୍ତ ନକରିବାକୁ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛନ୍ତି।

Related posts

କଟକରେ ହେବ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌

Odisha Sports Bureau

ଅଭିନାଭ ବିନ୍ଦ୍ରଙ୍କ ଠାରୁ ହରଭଜନ ପର୍ୟ୍ୟନ୍ତ ଏହି ଖେଳାଳିମାନେ ଏଥର ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି

Odisha Sports Bureau

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau