Cricket

୧୭ରେ ବସିବ ବିସିସିଆଇ ବୈଠକ

(ଓଡିଶା ସ୍ପୋର୍ଟସ): ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)କୁ ୟୁଏଇରେ ସଫଳତାର ସହ ଆୟୋଜନ କରିବା ପରେ ଏବେ ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)ର ନଜର ଇଂଲଣ୍ଡ ବିପକ୍ଷରେ ଘରୋଇ କ୍ରିକେଟ୍‍ ସିରିଜ୍‍ ଏବଂ ଘରୋଇ କ୍ରିକେଟ୍‍ ଉପରେ। ଏହି ୨ଟି ପ୍ରସଙ୍ଗରେ ଆଲୋଚନା ପାଇଁ ବିସିସିଆଇର ଆପେକ୍ସ୍ କାଉନ୍ସି୍ଲର ବୈଠକ ଚଳିତମାସ ୧୭ରେ ବସିବ। ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏହି ବୈଠକ ଭିଡିଓ କନ୍ଫରରେନ୍ସିଂ ଜରିଆରେ ହେବ। ଏହି ପ୍ରସଙ୍ଗରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ୍‍ ସିରିଜ୍‍ ଯେପରି ଭାବେ ଭାରତରେ ଆୟୋଜନ ହେବ; ତାହା ନିଶ୍ଚିତ କରିବାକୁ ବିସିସିଆଇ ଚାହେଁ। ଏହାସହ ଚଳିତ ସିଜିନ୍ରେସ ସଂକ୍ଷିପ୍ତ ହେବ ପଛେ; ଘରୋଇ କ୍ରିକେଟ୍‍ ଆୟୋଜନ କରିବାକୁ ମଧ୍ୟ ବିସିସିଆଇ ଯୋଜନା ରଖିଛି।

ଭାରତରେ ଅଦ୍ୟାବଧି ୭୦ ଲକ୍ଷ ପାଖାପାଖି ଲୋକ କୋଭିଡ୍‍-୧୯ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଥିରେ ୧ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ୨୦୨୧ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ୫ଟି ଟେଷ୍ଟମ୍ୟାଚ୍‍ ଏବଂ ୩ଟି ଲେଖାଏଁ ଦିନିକିଆ ଓ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବାର ଅଛି। ତେବେ ସେତେବେଳକୁ ଯଦି ଭାରତରେ କୋଭିଡ୍‍-୧୯ ସ୍ଥିତିରେ ଉନ୍ନତି ଘଟିନଥିବ; ତେବେ ଇଂଲଣ୍ଡ ବିପକ୍ଷ ସମ୍ପୂର୍ଣ୍ଣ ସିରିଜ୍କୁ ଭାରତ ପରିବର୍ତ୍ତେ ଆଇପିଏଲ୍ରେ ଆୟୋଜନ ସ୍ଥଳ ୟୁଏଇରେ ଖେଳାଯିବାର ବିକଳ୍ପ ବିସିସିଆଇ ପାଖରେ ରହିଛି।

ତେବେ ୟୁଏଇରେ ଏହି ସିରିଜ୍‍ ଆୟୋଜନ ହେଲେ ବିସିସିଆଇ ରାଜସ୍ୱ ହରାଇବାର ଆଶଙ୍କା ରହିଛି। ଏଥିପାଇଁ ଗୋଟିଏ ସହରରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ପାଇଁ ୨ଟି ପୃଥକ୍‍ ଜୈବ ନିରାପତ୍ତା ବଳୟ ସୃଷ୍ଟିକରି ୩ଟିଯାକ ସିରିଜ୍‍ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ଏହି ସହର ହେଉଛି ମୁମ୍ବଇ; ଯେଉଁଠାରେ ୩ଟି ଆନ୍ତର୍ଜାତିକ କ୍ରିକେଟ୍‍ ଷ୍ଟାଡିୟମ୍‍ ଅଛି। ସେଗୁଡ଼ିକ ହେଲା ୱାଙ୍ଖେଡ଼େ ଷ୍ଟାଡିୟମ୍‍, ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‍ ଓ ଡି.ୱାଇ. ପାଟିଲ ଷ୍ଟାଡିୟମ୍‍। ଏହାସହ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‍ ଷ୍ଟାଡିୟମ୍‍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେନ କିଛି ମ୍ୟାଚ୍‍ ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। ଘରୋଇ କ୍ରିକେଟ୍‍ ଆୟୋଜନ ସମ୍ପର୍କରେ କିଛିମାସ ତଳେ ବିସିସିଆଇ ଘୋଷଣା କରିଥିଲା ଯେ ଆନ୍ତଃରାଜ୍ୟ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍ତାକ୍‍ ଅଲି ଟ୍ରଫି ନଭେମ୍ବର ୧୯ରୁ ଆରମ୍ଭହେବ। ତେବେ ଦିନକୁ ଦିନ କୋଭିଡ୍‍-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଥିବା ବେଳେ ଏହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟିହୋଇଛି। ତେଣୁ ଚଳିତମାସ ୧୭ରେ ବିସିସିଆଇର ଆପେକ୍ସ କାଉନ୍ସି୍ଲର ବୈଠକରେ ଏହାକୁ ନେଇ ବିସ୍ତୃତ ଆଲୋଚନା ହେବ।

Related posts

ଟେଷ୍ଟ ଟିମ୍‌ରେ ରୋହିତଙ୍କୁ ସାମିଲ ନେଇ ଉଠିଲା ପ୍ରଶ୍ନ ……

Odisha Sports Bureau

ପୁଣି ମୁକ୍ତିଲାଭ କରିବ ‘ଏମ୍ଏସ୍ ଧୋନି’

Odisha Sports Bureau

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

Odisha Sports Bureau