More Sports

ଭାରତୀୟ ପୁରୁଷ ଚେସ ଦଳ କ୍ୱାର୍ଟର ଫାଇନାଲରେ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ପୁରୁଷ ଚେସ ଦଳ ଏସୀୟ ଅନ୍ଲାଇନ୍ ନେସନ୍ସ (ଆଞ୍ଚଳିକ) କପ୍ ଦଳ ଚାମ୍ପିଅନସିପ୍ ର ପ୍ରାରମ୍ଭିକ ରାଉଣ୍ଡରେ ଷଷ୍ଠ ସ୍ଥାନ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶୀର୍ଷ ସିଡ୍ ଭାରତୀୟ ଦଳ ପାଇଁ ରବିବାର ଏକ ମିଶ୍ରିତ ଦିନ ଥିଲା । ସେ ଗୋଟିଏ ମ୍ୟାଚ୍ ଜିତିଥିଲେ, ଗୋଟିଏ ଡ୍ର ଖେଳି ଗୋଟିଏ ହାରିଥିଲେ । ଦଳ ବର୍ତ୍ତମାନ ୨୩ ଅକ୍ଟୋବରରେ ଅନ୍ତିମ ଆଠଟି ପର୍ୟ୍ୟାୟରେ ମୋଙ୍ଗୋଲିଆ ଖେଳିବ ।

ସପ୍ତମ ରାଉଣ୍ଡରେ ସୂର୍ୟ୍ୟ ସେଖର ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଫିଲିପାଇନ୍ସକୁ ୧.୫-୨.୫ ରେ ହରାଇଥିଲା । ଏହି ଦଳ ବାଂଲାଦେଶକୁ ୩.୫–୦.୫ ପରାସ୍ତ କରି ଅଷ୍ଟ୍ରେଲିଆଠାରୁ ୨-୨ ଡ୍ର ଖେଳିଛି । ଇରାନ ଦଳ ୧୫ ପଏଣ୍ଟ ସହ ପ୍ରାଥମିକ ରାଉଣ୍ଡରେ ଶୀର୍ଷରେ ରହିଛି । ଫିଲିପାଇନ୍ସ ଦ୍ୱିତୀୟ ଏବଂ ମୋଙ୍ଗୋଲିଆ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ଟୁର୍ନାମେଣ୍ଟର ଫାଇନାଲ ୨୫ ଅକ୍ଟୋବରରେ ଖେଳାଯିବ ।

Related posts

ପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲା

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ଅଷ୍ଟ୍ରେଲିଆ ଓପନ ଉପରେ ପଡୁଛି ଧୁଆଁର ପ୍ରଭାବ

Odisha Sports Bureau

Leave a Comment